ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୨୪ ନିର୍ବାଚନ ପାଇଁ ଆଜିଠୁ ପ୍ରଚାର

Published By : Prameya-News7 Bureau | April 24, 2024 IST

ବ୍ରହ୍ମପୁର ୨୪।୦୪ : ୨୦୨୪ ନିର୍ବାଚନ । ବୁଧବାରଠୁ ମୁଖ୍ୟମନ୍ତ୍ରୀ ପ୍ରଚାର । ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ବିଜେଡି ସୁପ୍ରିମୋଙ୍କୁ ଫୁଲ ମାଳ ଦେଇ ସ୍ୱାଗତ କଲେ ଦଳୀୟ କର୍ମୀ । ସଭାସ୍ଥଳରେ ଆମ ଓଡିଶା ଅଧ୍ୟକ୍ଷ ଭି,କେ ପାଣ୍ଡିଆନ ଉପସ୍ଥିତ ରହିଛନ୍ତି । ଏହାସହ ସ୍ଥାନୀୟ ନେତା ଓ କର୍ମୀ ମଧ୍ୟ ଉପସ୍ଥିତ ରହିଛନ୍ତି । 

ଖବର ଅନୁଯାୟୀ, ବୁଧବାରଠୁ ପ୍ରଚାର ମୈଦାନଙ୍କୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଗାମୀ ନିର୍ବାଚନରେ ପ୍ରଚାର ଲାଗି ବିଜେଡିର ଷ୍ଟାର୍‌ କ୍ୟାମ୍ପେନର ତାଲିକାରେ ଟପ୍‌ରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ଏହିକ୍ରମରେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ । ହିଞ୍ଜିଳି ସଭାରେ ବିଜେଡିର ବହୁ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ । ସେମାନଙ୍କ ମଧ୍ୟରେ ଆମ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍, ବିଧାୟକ ବିକ୍ରମ କେଶରୀ ଆରୁଖ, ସାଂସଦ ପ୍ରମିଳା ବିଷୋଇ ପ୍ରମୁଖ ଉପସ୍ଥିତ ରହିଛନ୍ତି ।


  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.