ନୂଆବର୍ଷ ପାଳନ କରିବେନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | December 31, 2019 IST

ଭୁବନେଶ୍ବର ୩୧।୧୨: ଆସନ୍ତାକାଲି ନୂଆବର୍ଷ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଣୋଇ ସୋନି ମେହେଟ୍ଟାଙ୍କ ବିୟୋଗରେ ବ୍ୟକ୍ତିଗତ ଭାବେ ଶୋକ ପାଳନ କରୁଥିବାରୁ ନବବର୍ଷ ଉତ୍ସବ ପାଳନ ନକରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଏହାସହ ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ଲାଗି ନବୀନ ନିବାସକୁ ନଆସିବାକୁ କୁହାଯାଇଛି । ସୋନି ମେହେଟ୍ଟାଙ୍କ ଆକସ୍ମିକ ପରଲୋକ ନେଇ ମଙ୍ଗଳବାର ସୂଚନା ଦିଆଯିବା ସହ ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଥିଲେ ।

{"id":204984,"width":581,"height":436,"sizeSlug":"large"}

ପ୍ରକାଶଯୋଗ୍ୟ ଯେ, ସୋନି ମେହେଟ୍ଟା ହେଉଛନ୍ତି ମହାନ୍ ନେତା ବିଜୁ ପଟ୍ଟନାୟକଙ୍କ ଏକମାତ୍ର ଝିଅ ଗୀତା ମେହେଟ୍ଟାଙ୍କ ସ୍ବାମୀ । ୭୬ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ନ୍ୟୁୟର୍କରେ ରହୁଥିବା ସୋନି ମେହେଟ୍ଟା ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ପ୍ରକାଶକ ଓ ସଂପାଦକ ଥିଲେ । ସେ ପ୍ରକାଶନ ସଂସ୍ଥା ଆଲଫ୍ରେଡ୍ ଏ ନଫ୍ ଡବଲ୍ ଡେ ପବ୍ଲିକେସନର ଅଧ୍ୟକ୍ଷ ତଥା ମୁଖ୍ୟସଂପାଦକ ମଧ୍ୟ ଥିଲେ ।

{"id":204898,"width":576,"height":384,"sizeSlug":"large"}

ଭଉଣୀ ଗୀତା ମେହେଟ୍ଟା ଏବଂ ଭିଣୋଇ ସୋନି ମେହେଟ୍ଟାଙ୍କ ସହ ନବୀନ ପଟ୍ଟନାୟକଙ୍କ ସଂପର୍କ ଅତି ନିବିଡ । ବିଭିନ୍ନ ସମୟରେ ଗୀତା ମେହେଟ୍ଟା ଏବଂ ସୋନି ମେହେଟ୍ଟା ନବୀନ ନିବାସ ଆସିଥାନ୍ତି । ଏପରିକି ନବୀନ ପଟ୍ଟନାୟକଙ୍କ ଶପଥ ଗ୍ରହଣ ଉତ୍ସବରେ ମଧ୍ୟ ସୋନି ମେହେଟ୍ଟାଙ୍କୁ ଦେଖିବାକୁ ମିଳିଥିଲା । ମୁଖ୍ୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.