ଆଜି ୩ଟି ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
13/10/2018 at 9:20 AM

ଭୁବନେଶ୍ବର ୧୩|୧୦: ବନ୍ୟା ‘ତିତଲି’ ପ୍ରଭାବରେ ପ୍ରବଳ ବର୍ଷା ଫଳରେ ସବୁଠାରୁ ବେଶୀ ପ୍ରଭାବିତ ହେ।ଇଛି ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଗଞ୍ଜାମ, ଗଜପତି ଓ ରାୟଗଡ଼ା ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ। ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ସ୍ଥିତି ଅନୁଧ୍ୟାନ କରିବେ। ଆଜିଠାରୁ ଲେ।କଙ୍କୁ ଉଦ୍ଧାର ଓ ରିଲିଫ୍ ଯୋଗାଣ କାର୍ଯ୍ୟରେ ୨ଟି ହେଲିକପ୍ଟର ନିୟୋଜିତ ହେବେ ବୋଲି ସୂଚନା ମିଳିଛି। ଗତକାଲି ସଚିବାଳୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଜିଲ୍ଲାର ସ୍ଥିତି ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ତୁରନ୍ତୁ ପ୍ରଭାବିତ ଲୋକଙ୍କୁ ସୁରକ୍ଷତି ସ୍ଥାନକୁ ନେବାକୁ ନିର୍ଦ୍ଦେଶ ଦେବା ସହ , ୭ ଦିନ ଭିତରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ମଧ୍ୟ କହିଛନ୍ତି । ରିଲିଫ୍ ଓ ଉଦ୍ଧାର କାମ ତଦାରଖ କରିବାକୁ ୩ ଜଣିଆ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଏହି ଟିମ୍ ଗଞ୍ଜାମ, ଗଜପତି ଓ ରାୟଗଡା ଗସ୍ତ କରି କ୍ଷୟକ୍ଷତି ଆକଳନ କରିବେ। ବିଶେଷ କରି ରିଲିଫ ଓ ପୁନଃରୁଦ୍ଧାର କାମର ତଦାରଖ କରି ସରକାରଙ୍କୁ ରିପୋର୍ଟ ଦେବେ। ବନ୍ୟା ଯୋଗୁଁ ବିଭିନ୍ନ ନଦୀରେ ସୃଷ୍ଟି ହୋଇଥିବା ଘାଇଗୁଡ଼ିକୁ ତୁରନ୍ତ ମରାମତି କରିବା, କ୍ଷତିଗସ୍ତ ଲୋକଙ୍କୁ ନିରାପଦ ସ୍ଥାନକୁ ନେଇ ରନ୍ଧା ଖାଦ୍ୟ ସହ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ବାସ୍ଥ୍ୟ ଓ ପଶୁ ଚିକିତ୍ସା କ୍ୟାମ୍ପ୍ କରି ଚିକିତ୍ସା ସେବା ଯୋଗାଇଦେବାକୁ କୁହାଯାଇଛି। ମାଗଣା ଔଷଧ ବାଣ୍ଟିବାକୁ ନିର୍ଦ୍ଦେଶ ଦିଆଯାଇଛି ।