ଅଯୋଧ୍ୟା ମାମଲାର ରାୟ ଶୁଣାଣି ନେଇ ଟ୍ବିଟ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | November 09, 2019 IST

ଭୁବନେଶ୍ବର ୯।୧୧: ଆଉ କିଛି ସମୟର ଅପେକ୍ଷା । ଆସିବ ପ୍ରିମକୋର୍ଟଙ୍କ ସୁପ୍ରିମ ରାୟ । ଅଯୋଧ୍ୟା ମାମଲାରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ । ଦେଶର ସର୍ବପୁରାତନ ଏବଂ ବହୁତ ସମ୍ବେଦନଶୀଳ ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟରୁ ରାୟ ପ୍ରକାଶ ପାଇବ।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ସୁପ୍ରିମକୋର୍ଟର ରାୟକୁ ସମସ୍ତେ ଗ୍ରହଣ କରିବା ଉଚିତ୍ ବୋଲି କହିଛନ୍ତି । ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

କ୍ରମାଗତ ୪୦ ଦିନ ଧରି ସାମ୍ବିଧାନିକ ପୀଠର ମାରାଥନ ଶୁଣାଣି ପରେ ଅକ୍ଟୋବର ୧୬ରେ ରାୟ ସଂରକ୍ଷିତ ରଖିଥିଲେ । ଏବେ ନିଷ୍ପତ୍ତିର ଘଡ଼ି ଆସି ସାରିଛି। ଶନିବାର ଛୁଟି ଦିନରେ ସର୍ବୋଚ୍ଚ ନ୍ୟାୟାଳୟର ସାମ୍ବିଧାନିକ ପୀଠ ନିଜର ଐତିହାସିକ ରାୟ ଶୁଣାଇବେ । ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଇବେ ରାୟ। ଅଯୋଧ୍ୟା ଜମି ବିବାଦ ମାମଲାରେ ଶୁଣାଣି କରୁଥିବା ସାମ୍ବିଧାନିକ ପୀଠରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବ୍ୟତୀତ ୪ ଅନ୍ୟ ଜଜ ହେଉଛନ୍ତି, ଜଷ୍ଟିସ ଶରଦ ଅରବିନ୍ଦ ବୋବଡ଼େ, ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଏସ. ଅବଦୁଲ ନଜିର। ଅଯୋଧ୍ୟା ମାମଲାରେ ନିୟମିତ ଶୁଣାଣି ଲାଗି ତାରିଖ ସ୍ଥିର ହେବା ପରେ ୪୦ ଦିନ ପର୍ଯ୍ୟନ୍ତ ହିନ୍ଦୁ ଓ ମୁସଲିମ ପକ୍ଷ ନିଜ ନିଜର ଦଲିଲ ରଖିଥିଲେ। ସୁପ୍ରିମକୋର୍ଟ ଇତିହାସରେ ଏହା ସବୁଠୁ ବଡ଼ ଦ୍ଵିତୀୟ ଲମ୍ବା ଶୁଣାଣି ଥିଲା ।

{"id":181284,"align":"center","width":369,"height":449}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.