ଆଜି କୋରାପୁଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ଟି ସାଧାରଣ ସଭାରେ ଦେବେ ଯୋଗ

Published By : Prameya-News7 Bureau | April 05, 2019 IST

କୋରାପୁଟ ୫|୪ : କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଆଜି କୋରାପୁଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସେ କୋରାପୁଟ ଜିଲ୍ଲାରେ ୪ଟି ସାଧାରଣ ସଭାରେ ଉଦବୋଧନ ଦେବା ସହ ଜୟପୁରରେ ରୋଡ୍ ସୋ କରିବେ । ମୁଖ୍ୟମନ୍ତ୍ରୀ ଏକ ସ୍ବତନ୍ତ୍ର ବିମାନ ଯୋଗେ ଜୟପୁର ଏୟାରଷ୍ଟ୍ରିପରେ ଓହ୍ଲାଇବା ପରେ ହେଲିକପ୍ଟର ଯୋଗେ ମାଲକାନଗିରି ଯିବେ । ସେଠାରେ ସଭା ସାରି ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ । ପରେ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀକୁ ଯାଇ ସାଧାରଣ ଲୋକଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୩ଟାରେ କୋରାପୁଟର ଡୁମରିପୁଟଠାରେ ସାଧାରଣ ସଭା କରିବେ । ପରେ ଜୟପୁର ଯାଇ ସେଠାରେ ସାଧାରଣ ସଭାରେ ଯୋଗଦେବେ । ଏହାପରେ ସହରରେ ଏକ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡି ଶିବିର ଚଳଚଞ୍ଚଳ ହୋଇ ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.