ଆଜି ଝାରସୁଗୁଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ; ଆତ୍ମୋତ୍ସର୍ଗ ଦିବସର କରିବେ ଉଦ୍‌ଘାଟନ

Published By : Prameya-News7 Bureau | December 21, 2018 IST

ଭୁବନେଶ୍ବର ୨୧|୧୨: ଦିନିକିଆ ଝାରସୁଗୁଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩ ଦିନିଆ ଆତ୍ମୋତ୍ସର୍ଗ ଦିବସକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ, ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ, ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

{"id":65841}

ସେହିପରି ୨୨ ତାରିଖରେ ସ୍ବାଧୀନତା ସଂଗ୍ରାମୀବୀର ସୁରେନ୍ଦ୍ର ସାଏଙ୍କ ସହ ତାଙ୍କ ପରିବାରର ୨ ଶହୀଦଙ୍କ ତିରୋଧାନ ଦିବସରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଶେଷ ଦିନରେ ଛତିଶଗଡ ଓ ଝାଡଖଣ୍ଡର ଅନେକ ବ୍ୟକ୍ତି ଯୋଗଦେବେ । ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଏହି ଅବସରରେ ୧୪ଟି ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.