ଆଜି ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ; ରଙ୍ଗେଇଲୁଣ୍ଡା କୃଷକ ସମାବେଶରେ ଦେବେ ଯୋଗ

Published By : Prameya-News7 Bureau | January 27, 2019 IST

ବ୍ରହ୍ମପୁର ୨୭|୧: ଆଜି ଦିନିକିଆ ଗଂଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ଥିବା ରଙ୍ଗେଇଲୁଣ୍ଡା ଏୟାର୍ ଷ୍ଟ୍ରିପଠାରେ ଆୟୋଜିତ ବିଶାଳ କୃଷକ ସମାବେଶରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । କାଳିଆ ଯୋଜନାରେ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରିବେ ନବୀନ । ନବୀନଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନଜରରେ ରଖି ପ୍ରସ୍ତୁତି ଶେଷ ହୋଇଛି ।

{"id":78327}

ବ୍ରହ୍ମପୁର ଭଞ୍ଜବିହାର କ୍ୟାମ୍ପସ ପରିସରରେ ଥିବା ରଙ୍ଗେଇଲୁଣ୍ଡା ଏୟାର୍ ଷ୍ଟିପଠାରେ ପ୍ରସ୍ତୁତି ଶେଷ ହୋଇଛି । ଏଠାରେ ଆୟୋଜିତ କୃଷକ ସମାବେଶରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କାଳିଆ ଯୋଜନା ସଂପର୍କରେ ଅବଗତ କରାଇବେ । ଏହାସହ ସେମାନଙ୍କୁ ସହାୟତା ରାଶି ବି ପ୍ରଦାନ କରିବେ । ଆଜିର ସମାବେଶରେ ଜିଲ୍ଲାର ୨୨ ବ୍ଲକରୁ ଏକ ଲକ୍ଷ ଚାଷୀ ସାମିଲ୍ ହେବାର କାର୍ଯ୍ୟକ୍ରମ ରହିଛି । ଗସ୍ତ ସମୟରେ ଜିଲ୍ଲାରେ ପ୍ରାୟ ୧୧ ଶହ ଏକ କୋଟି ଟଙ୍କାର ବିଭିନ୍ନ ଯୋଜନାର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ୨୩୧ଟି ପ୍ରକଳ୍ପର ଉଦଘାଟନ ଓ ୪୮ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ।

{"id":78324}

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ଖୋଦ୍ ଦକ୍ଷିଣାଞ୍ଚଳ ଡିଆଇଜି ଓ ଏସପି ସବୁକିଛି ତଦାରଖ କରୁଛନ୍ତି । ୨ଜଣ ଏସପି, ୪ ଜଣ ଅତିରିକ୍ତ ଏସପି, ୧୫ ଜଣ ଡିଏସପି, ୩୫ ଜଣ ଆଇଆଇସି ଏବଂ ୧୫୦ ଜଣ ଏସଆଇଙ୍କ ସହ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଟ୍ରାଫିକ୍ ସମସ୍ୟା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଗୁରୁତ୍ବ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.