ଆସନ୍ତାକାଲି ଦିନିକିଆ ବ୍ରହ୍ମପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
26/01/2019 at 2:12 PM

ବ୍ରହ୍ମପୁର ୨୬|୧: ଆସନ୍ତାକାଲି ଦିନିକିଆ ବ୍ରହ୍ମପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପଠାରେ ଅନୁଷ୍ଠିତ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ଏହି ସମାବେଶରେ ଲକ୍ଷାଧିକ ଚାଷୀ ସାମିଲ ହେବେ । ରାଜ୍ୟର ୨୫ହଜାର ଚାଷୀଙ୍କୁ ଉପକରଣ ବଣ୍ଟାଯିବ । ୨୩୧ଟି ପ୍ରକଳ୍ପର ଉଦଘାଟନ ଓ ୪୮ଟି ନୂଆ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ୧ହଜାର ୧୧କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଛତ୍ରପୁରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।
Related Posts
ପାଖରେ ନଥିଲା ସମ୍ୱଳ, ୪୦ କିଲୋମିଟର ମୃତଦେହ ଧରି ଚାଲିଲେ ସ୍ୱାମୀ
9 February 2023
ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ, ନବ ଦାସଙ୍କ ଦ୍ବାଦଶାହରେ ଯୋଗଦେବେ
9 February 2023