ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାଲେଶ୍ବର ଗସ୍ତ

Published By : Prameya-News7 Bureau | April 24, 2019 IST

ବାଲେଶ୍ବର ୨୪|୪ : ଆସନ୍ତା ୨୯ରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବ । ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ରାଜନୈତିକ ଦଳ ଗୁଡିକ ସେମାନଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ଦଳର ପ୍ରାର୍ଥୀ ମାନଙ୍କ  ପ୍ରଚାର ପାଇଁ ବାଲେଶ୍ବର  ଓ ବାରିପଦା ଗସ୍ତରେ ଯିବେ ।

ଭୁବନେଶ୍ବରରୁ ହେଲିକାପ୍ଟର ଯୋଗେ ସକାଳ ୧୦ଟା ୧୫ରେ ବାଲେଶ୍ବର  ଭୋଗରାଇ ପହଞ୍ଚି ଏକ ସାଧାରଣ ସଭାରେ ଯୋଗଦେବେ ।  ପରେ ଜଳେଶ୍ବର, ବସ୍ତା, ନିଳଗିରି, ରେମୁଣାରେ ନବୀନ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଅପରାହଣରେ ବାଲେଶ୍ବର ପୋଲିସ ଲାଇନ ଛକ, ସିନେମା ଛକ, ଫକିରମୋହନ ଗୋଲେଇ, ରେମୁଣା ଗୋଲେଇ ଓ କଲାମ ବସଷ୍ଟାଣ୍ଡ ଦେଇ ରୋଡ୍ ସୋ କାର୍ଯ୍ୟକ୍ରମ ରହିଛି ।

ସନ୍ଧ୍ୟାରେ ବୈସିଙ୍ଗାରୁ ବାରିପଦା ଯାଏ ରୋଡ଼ ସୋ କରିବେ ନବୀନ । ମାଣିତ୍ରୀ, ବଡସାହି, ଡୁକୁରା ଦେଇ ନବୀନଙ୍କ ରୋଡ୍ ସୋ ବାରିପଦାରେ ପହଞ୍ଚିବେ ବୋଲି ଜଣା ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.