ଆସନ୍ତା ୧୬ରେ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’, ସୁରକ୍ଷା ବ୍ୟବସ୍ଥା କଡାକଡି

Published By : Prameya-News7 Bureau | May 14, 2024 IST

ଭୁବନେଶ୍ବର ୧୪।୫: ଆସନ୍ତା ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ଼ ଶୋ‘। ରାଜଧାନୀ ଭୁବନେଶ୍ବରରେ ରୋଡ୍ ଶୋ’ କରିବେ ମୁଖ୍ୟମନ୍ତ୍ରୀ । ରୋଡ଼ ଶୋ’ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏ ନେଇ ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି । 

ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ ଗଙ୍ଗନଗର ଛକରୁ ବାହାରି LIC ଅଫିସ, ଗୋପବନ୍ଧୁ ଛକ, ଡିଏଭି ଛକ, HDFC ବ୍ୟାଙ୍କ ଛକ, ନୂଆସାହି, ବେହେରା ସାହି, ନିକୋ ପାର୍କ ଛକ, ବାୟାବାବା ମଠ ଦେଇ ରୂପାଲି ଛକ ପର୍ଯ୍ୟନ୍ତ ଯିବ । 

ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ଶୋ’ ବେଳେ ବ୍ୟାରିକେଡ଼ିଂ ବ୍ୟବସ୍ଥା କରାଯିବ । ସେହି ସମୟରେ ଲକ୍ଷାଧିକ ଲୋକ ଏକାଠି ହେବାକୁ ଥିବାରୁ କର୍ଡନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ରୋଡ୍ ଶୋ’ ସମୟରେ ସିନିୟର ପୋଲିସ ଅଫିସର ମାନେ ଉପସ୍ଥିତ ରହିବେ । ଉଚ୍ଚ ବିଲ୍ଡିଂ ମାନଙ୍କରେ ସୁରକ୍ଷାକର୍ମୀ ମଧ୍ୟ ନିୟୋଜିତ ରହିବ ।

 You Can Read :

ମାହାଙ୍ଗା ବିଜେପିର ବିଶାଳ ରୋଡ୍ ଶୋ’, ଶକ୍ତି ପ୍ରଦର୍ଶନ କଲେ ପ୍ରାର୍ଥୀ

 

 

  • naveen patnaik
  • odisha
  • OdishaNews
  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.