କ୍ୱାରେଣ୍ଟାଇନ୍ ସେଣ୍ଟର ନିୟମ ମାନିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ, ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ସରପଞ୍ଚ
4/05/2020 at 8:18 PM

ଭୁବନେଶ୍ୱର, ୦୪|୦୫ : କ୍ବାରେଣ୍ଟାଇନ ସେଣ୍ଟରରେ ସାମାଜିକ ଦୂରତା ରଖୁ ନଥିବା ଅମାନିଆଙ୍କୁ ପୁଣି ଚେତାବନୀ । ମୁଖ୍ୟ ଶାସନ ସଚିବଙ୍କ ପରେ ଆଜି ଟୁଇଟ କରି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ବାରେଣ୍ଟାଇନ ସେଣ୍ଟରେ ସାମାଜିକ ଦୂରତା ରକ୍ଷା କରିବାକୁ ଅପିଲ କରିବା ସହ ଯେଉଁମାନେ ନିୟମ ମାନୁ ନାହାନ୍ତି ସେମାନଙ୍କ ବିରୋଧରେ ସରପ଼ଞ୍ଚମାନେ କାଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି । ସେପଟେ ଭଦ୍ରକ ଜିଲ୍ଲା ଭାଟ ପଞ୍ଚାୟତ ତିହିଡ଼ି ହାଇସ୍କୁଲରେ ଥିବା କ୍ବାରେଣ୍ଟାଇନ ସେଣ୍ଟରରେ ଟିକଟକ ଭିଡିଓ ଭାଇରାଲ ହେବା ଘଟଣାରେ ସରପଞ୍ଚଙ୍କ ଏତଲା ଅନୁସାରେ ୯ ଜଣ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଭିତରୁ ୭ ଜଣଙ୍କ ନାଁରେ ମାମଲା ରୁଜ୍ଜୁ କରିଛି ପୋଲିସ ।
କ୍ବାରାଣ୍ଟାଇନ ସେଣ୍ଟରରେ ଟିକ୍ ଟକ୍ ଭିଡିଓ । ଭଦ୍ରକ ଜିଲ୍ଲା ଡିହିଡ଼ି କ୍ବାରାଣ୍ଟାଇନ ସେଣ୍ଟରରେ ମସ୍ତି । ପଶ୍ଡିମବଙ୍ଗ ଫେରନ୍ତାଙ୍କ କ୍ବାରେଣ୍ଟାଇନ ସେଣ୍ଟରରେ ସାମାଜିକ ଦୂରତା ନିୟମ ଭଙ୍ଗ ଭିଡିଓ ଭାଇରାଲ ହୋଇଛି । ଏମିତି ଭଇଡିଓ ଭାଇରାଲ ହେବା ପରେ ସାମାଜିକ ଦୂରତା ପାଳନ ନିୟମ କଡା କଡି ପାଳନ କରିବାକୁ ପ୍ରବାସୀ ଓଡିଆଙ୍କୁ ଅଫିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍ ବାର୍ତ୍ତା । ଏଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବାହାର ରାଜ୍ୟରୁ ଆସୁଥିବା ଓଡିଆ ମାନେ ନିଜ ପରିବାରର ସୁରକ୍ଷା ପାଇଁ କ୍ବାରାଣ୍ଟାଇନରେ ରହିବା ସହ ସରକାରଙ୍କ ସବୁ ନିୟମ କଡା କଡି ପାଳନ କରନ୍ତୁ ।
ଅନ୍ୟ ପଟେ ଚେତାଇ ଦେଇ ସିଏମ କହିଛନ୍ତି ଯେଉଁମାନେ ନିୟମ ନମାନିବେ ସେମାନଙ୍କ ବିରୋଧରେ ସରପଞ୍ଚ ମାନେ ତୁରନ୍ତ ପ୍ରଶାସନକୁ ଅବଗତ କରିବେ । ଉଲ୍ଲଘଂନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏନେଇ ଟ୍ବିଟ୍ କରି ନବୀନ କହିଛନ୍ତି ଓଡ଼ିଶା ଭଲ ସ୍ଥିତିରେ ଅଛି। ଏଥିପାଇଁ ଲକ୍ଷ ଲକ୍ଷ ଲୋକ ଦିନରାତି ନିରନ୍ତର କାର୍ଯ୍ୟ କରୁଛନ୍ତି। ବହୁ ଓଡ଼ିଆ ତ୍ୟାଗ ମନୋଭାବ ନେଇ କରୋନା ଭଳି ଅଭୂତପୂର୍ବ ପରିସ୍ଥିତିକୁ ସାମ୍ନା କରୁଛନ୍ତି। ଯେଉଁ ଓଡ଼ିଆ ମାନେ ରାଜ୍ୟକୁ ଫେରୁଛନ୍ତି ସେମାନେ ମଧ୍ୟ ସେହି ତ୍ୟାଗ ସହ ନିଜ ଉତ୍ତରଦାୟିତ୍ବ ନିର୍ବାହ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। କ୍ବାରାଣ୍ଟାଇନ୍ ନିୟମ କଡା କଡି ପାଳନ କରିବାକୁ ଗତକାଲି ମୁଖ୍ୟ ଶାସନ ସଚିବ ଅପିଲ କରିବା ସହ ନିୟମ ଭାଙ୍ଗିଲେ ଗିରଫ ହେବେ ବୋଲି କହିଥିଲେ । ଆଉ ଏଭଳି ନିୟମ ଭଙ୍ଗ ଦେଖି ପରୋକ୍ଷରେ କଠରୋ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ହିଁ ସୁଚାଉଛି ନିୟମ ଭଙ୍ଗକାରୀଙଅକୁ ସହଜରେ ଛଡାଯିବନି ।
ସପଟେ ଭଦ୍ରକ ଜିଲ୍ଲା ଭାଟ ପଞ୍ଚାୟତ ତିହିଡ଼ି ହାଇସ୍କୁଲରେ ଥିବା କ୍ବାରେଣ୍ଟାଇନ ସେଣ୍ଟରରେ ଟିକଟକ ଭିଡିଓ ଭାଇରାଲ ହେବା ପରେ ତିହିଡ଼ି ଥାନାରେ ଏତଲା ଦେଇଛନ୍ତି ସ୍ଥାନୀୟ ସରପଞ୍ଚ। କ୍ବାରେଣ୍ଟାଇନ ସେଣ୍ଟରରେ ୯ ଜଣ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଭିତରୁ ୭ ଜଣ ଟିକ୍ ଟକ୍ ଭିଡିଓ ସୁଟିଂ କରିଥିଲେ । ତିହିଡ଼ି ପୋଲିସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି।
କ୍ବାରାଣ୍ଟାଇନ୍ ନିୟମ ଭଙ୍ଗ ନକରିବାକୁ ରାଜ୍ୟକୁ ଫେରୁଥିବା ପ୍ରବାସୀ ଓଡିଆ ମାନଙ୍କୁ ଅପିଲ କରିଛି ବିଜେପି ଓ କଂଗ୍ରେସ । କଂଗ୍ରେସ କହିଛି ଅସମୟରେ ସରକାରଙ୍କୁ ସହଯୋଗ କରି ନିୟମ ମାନି ଚଳିବା କଥା । ସବୁ ଭଲ ଖୋଜିଲେ ହେବନି । ଯେଉଁମାନେ ଅଡୁଆ କରୁଛନ୍ତି ସେମାନଙ୍କ ଉପରେ କାଯ୍ୟାନଉଷ୍ଟାନ ହେଉ । ଆଉ ବିଜେପି କହିଛି ,କେନ୍ଦ୍ର ଓ ରାଜ୍ୟ ସରକାର ପ୍ରବାସୀ ମାନଙ୍କ ପାଇଁ ବ୍ୟବସ୍ଥା କରୁଛନ୍ତି । ଏସମୟରେ ଶୃଙ୍ଖଳିତ ହେବା ସହ ଧୈଯ୍ୟ ଧରିବା ଦରକାର ।