ବିଦେଶଗସ୍ତରୁ ଫେରିଛନ୍ତି ଗୀତା ମେହଟ୍ଟା, ସରକାରୀ ପୋର୍ଟାଲରେ ଭଉଣୀଙ୍କ ନାମ ପଞ୍ଜୀକରଣ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | March 18, 2020 IST

ଭୁବନେଶ୍ବର ୧୮।୩: କରୋନା ଭାଇରସ୍ ନେଇ କରାଯାଇଥିବା ସରକାରୀ ପୋର୍ଟାଲରେ ଉଭଣୀ ଗୀତା ମେହଟ୍ଟାଙ୍କ ପାଇଁ ପଞ୍ଜୀକରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା ମେହଟ୍ଟା ବିଦେଶରୁ ଫେରିଥିଲେ । ସେ ବିଦେଶରୁ ଫେରିବା ପରେ ତାଙ୍କର ପଞ୍ଜୀକରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କୁ ବିଦେଶରୁ ଫେରିଥିବା ନିଜ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କ ନାଁ ପଞ୍ଜୀକରଣ କରିବା ପାଇଁ ଅପିଲ୍ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ କରୋନାକୁ ନେଇ ସଚେତନ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ୍ କରିଥିଲେ । ବିଦେଶ ଫେରନ୍ତାଙ୍କୁ ରେଜିଷ୍ଟ୍ରେସନ କରି ଆଇସୋଲେସନ୍ ରେ ରହିବାକୁ ଅପିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ ।

ଓଡିଶାରେ ପହଞ୍ଚିବାର ୨୪ ଘଣ୍ଟା ମଧ୍ୟରେ ୧୦୪ ଟୋଲ୍ ଫ୍ରି ନମ୍ବର କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଅନଲାଇନ୍ ପୋର୍ଟାଲ covid19.odisha.gov.inରେ ମଧ୍ୟ ରେଜିଷ୍ଟର କରିପାରିବେ । ଏଥିରେ ଆପଣଙ୍କ ଟେଲିଫୋନ୍ ନମ୍ବର ସହ ସବୁ ତଥ୍ୟ ରହିବା ଜରୁରୀ ।

ଆପଣଙ୍କ ପରିବାର ଏବଂ ବନ୍ଧୁମାନେ ମଧ୍ୟ ଆପଣଙ୍କ ପାଇଁ ରେଜିଷ୍ଟ୍ରେସନ କରିପାରିବେ । ରେଜିଷ୍ଟ୍ରେସନ କରିବା ସହ ନିଜ ଘରେ ୧୪ ଦିନ ଅଲଗା ରୁହନ୍ତୁ । କାହା ସହ ମିଳାମିଶା ନକରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.