ପୁରୀରେ ୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, ୨ ବର୍ଷରେ ଶେଷ ହେବ ୫୨୨.୮୨ କୋଟି ଟଙ୍କାର ପ୍ରକଳ୍ପ

Published By : Prameya-News7 Bureau | January 16, 2020 IST

ପୁରୀ ୧୬।୧: ଆଗକୁ ଆହୁରି ସୁନ୍ଦର ଦେଖାଯିବ ପୁରୀ ସହର । ଆଜି ପୁରୀରେ ଐତିହ୍ୟ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଉନ୍ନୟନ ପ୍ରକଳ୍ପ ସମୂହର ଶିଳାନ୍ୟାସ କରିବା ପରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ନବୀନ । ଏହାପରେ ପୁରୀରେ ୭ଟି ପ୍ରକଳ୍ପ ପାଇଁ ଆନୁଷ୍ଠାନିକ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

{"id":211970,"sizeSlug":"large"}

ଶ୍ରୀସେତୁ ସମେତ ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କମ୍ପ୍ଲେକ୍ସ, ପୁରୁଣା ଜେଲ୍ ଜମିରେ ବହୁତଳ କାର୍  ପାର୍କିଂ, ମ୍ୟୁନିସିପାଲ ମାର୍କେଟ କମ୍ପ୍ଲେକ୍ସ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଓଡିଶା ସେତୁ ଏବଂ ନିର୍ମାଣ ନିଗମକୁ ଏହିସବୁ ପ୍ରକଳ୍ପର କାର୍ଯ୍ୟକାରୀ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର ।

{"id":211971,"sizeSlug":"large"}

ଦୁଇ ବର୍ଷ ମଧ୍ୟରେ ୫୨୨.୮୨ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଶେଷ କରାଯିବା ନେଇ ପ୍ରସ୍ତାବ ରହିଛି। ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଗତବର୍ଷ ଅଗଷ୍ଟ ୨୩ରେ ୫ଶହ କୋଟି ଟଙ୍କା ମଞ୍ଜୁର କରିଥିଲେ । ପୁରୀ ସହରର ଚିତ୍ର ବଦଳାଇବାକୁ ସ୍ଥିର ହୋଇଛି । ଏଥିପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

{"id":211973,"sizeSlug":"large"}

ପ୍ରତିବର୍ଷ ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଜିଉଙ୍କୁ ଦର୍ଶନ କରିଥାଆନ୍ତି । ମାତ୍ର ଚଳିତ ବର୍ଷ ତାଙ୍କ ଭିଣୋଇ ସୋନୀ ମେହେଟ୍ଟାଙ୍କ ନିଧନ ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆବର୍ଷ ପାଳନ କରିନଥିଲେ । ଏଥିପାଇଁ ସେ ଆଜି ପୁରୀ ଗସ୍ତ କରିବା ସହ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଖଣ୍ଡୁଆ ପ୍ରଦାନ କରାଯାଇଥିଲା ।

{"id":211974,"sizeSlug":"large"}

ମ୍ୟୁନିସିପାଲିଟି ମାର୍କେଟ୍ ଗ୍ରାଉଣ୍ଡଠାରେ ୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ତାଳବଣିଆ ହେଲିପ୍ୟାଡକୁ ଆସି ଭୁବନେଶ୍ବର ଫେରି ଆସିଛନ୍ତି ମୁଖ୍ୟମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.