ନବରଙ୍ଗପୁରରେ ଆରମ୍ଭ ହେଲା ‘ଲକ୍ଷ୍ମୀ’ ଯୋଜନା, ଜିଲ୍ଲାରେ ଗଡିଲା ୪୫ଟି ବସ୍

Published By : Prameya-News7 Bureau | November 30, 2023 IST

ନବରଙ୍ଗପୁର ୩୦।୧୧: ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହେଲା ଲକ୍ଷ୍ମୀ ଯୋଜନା । ସ୍ଥାନୀୟ ସର୍କିଟ୍ ହାଉସ ସାମ୍ନା ପଡିଆ ଠାରେ ଅନୁଷ୍ଠିତ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୪୫ଟି ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ କରିଛନ୍ତି ।

{"id":876640,"sizeSlug":"full","linkDestination":"none"}

ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ 5T ସଚିବ ଭି.କେ. ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ପରିବହନ ବିଭାଗ ସଚିବ ଉଷା ପାଢ଼ୀ, ନବରଙ୍ଗପୁର ସାଂସଦ ରମେଶ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ଏସଡ଼ିସି ଚେୟାରମ୍ୟାନ ଉପେନ୍ଦ୍ର ଗଣ୍ଡ ଉପସ୍ଥିତ ରହିଥିଲେ ।

{"id":876642,"sizeSlug":"full","linkDestination":"none"}

ନବରଙ୍ଗପୁର ଜିଲ୍ଲାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟି କୋଟି ଟଙ୍କା ବ୍ୟୟରେ ଅନେକ ଯୋଜନା କରିବା ସହ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ନବରଙ୍ଗପୁର ଭଳି ଉପାନ୍ତ ଜିଲ୍ଲାର ଗରିବ ଜନସାଧାରଣଙ୍କ ପାଇଁ ନ୍ୟୁନତମ ରାଶି ମାତ୍ର ୫ ଟଙ୍କା ଟିକେଟ ଦର ରଖି ଗମନାଗମନର ସୁବିଧା ସକାଶେ ୪୫ଗୋଟି ଲକ୍ଷ୍ମୀ ବସ୍ ଚଳାଚଳ ନବରଙ୍ଗପୁର ଜିଲ୍ଲା ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ମଞ୍ଚାସୀନ ଅତିଥି ।

You Can Read:

wp:embed {"url":"https://www.prameyanews7.com/woman-stops-pcr-van-while-drunk-in-soro/","type":"wp-embed","providerNameSlug":"prameya-news-7"}
https://www.prameyanews7.com/woman-stops-pcr-van-while-drunk-in-soro/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.