'ଆମ ଘରେ ଏଲ୍‌ଇଡି' ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | January 11, 2019 IST

ଭୁବନେଶ୍ବର ୧୧|୧:  ଆମ ଘରେ ଏଲ୍‌ଇଡି ଯୋଜନାର ଶୁଭାରମ୍ଭ ହୋଇଛି । ଭିଡିଓ କନଫରେନ୍ସିଂ  ଜରିଆରେ ଯୋଜନାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନା ମାଧ୍ୟମରେ ୮୭ଲକ୍ଷ ଏନଏଫଏସଏ ଏବଂ ୮ ଲକ୍ଷ ଏସଏଫଏସଏସ ହିତାଧିକାରୀଙ୍କୁ ୪ଟି ୯ ୱାଟ୍‌ର ଏଲ୍‌ଇଡି ବଲ୍‌ବ ବିନା ମୂଲ୍ୟରେ ଯୋଗାଇ ଦିଆଯିବ । ଏହା ଦ୍ବାରା ୯୫ଲକ୍ଷ ପରିବାର ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ୩.୮୦କୋଟି ଏଲ୍‌ଇଡି ବଲ୍‌ବ କିଣି ସାରିଛନ୍ତି । ଏବେ ଉନ୍ନତମାନର ଏଲ୍‌ଇଡି ମୂଲ୍ୟ ବଜାରରେ ଅଧିକ ହୋଇଥିବାରୁ ରାଜ୍ୟ ସରକାର ବିନା ମୂଲ୍ୟରେ ୪ଟି ଲେଖାଏଁ ବଲ୍‌ବ ବାଣ୍ଟିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୧୫ରୁ ୨୦ ତାରିଖ ମଧ୍ୟରେ ହେବାକୁ ଥିବା ପିଠା ଶିବିରରେ ହିତାଧିକାରୀଙ୍କୁ ଏଲ୍‌ଇଡି ବଲ୍‌ବ ଯୋଗାଇ ଦିଆଯିବ । ସେହିପରି ଫେବ୍ରୁଆରୀ ମାସରେ ହେବାକୁ ଥିବା ପିଠା ଶିବିର କାର୍ଯ୍ୟକ୍ରମରେ ମୁଖ୍ୟଭାଗ ବିତରଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.