ମୟୁରଭଞ୍ଜରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | January 08, 2020 IST

ବାରିପଦା ୮।୧: ଆଜି ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ କେତେକ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

ବାଙ୍କିଶୋଳରେ ୫୩କୋଟି ୬୦ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାଙ୍କିଶୋଳଠାରେ ନବନିର୍ମିତ ଆଦାନୀ କିସ୍ ଆବାସିକ ବିଦ୍ୟାଳୟର ଉଦଘାଟନ କରିଛନ୍ତି । ଏହି ବିଦ୍ୟାଳୟରେ ୧୫୦୦ ଛାତ୍ରଛାତ୍ରୀ ରହି ପାଠପଢିବାର ସୁବିଧା ରହିଛି।

{"id":208556,"sizeSlug":"large"}

ସେହିପରି ୧୮ଟି ବ୍ଲକର ପାଇପ୍ ଜଳ ଯୋଗାଣ ପ୍ରକଳ୍ପ, ଠାକୁରମୁଣ୍ଡା, କୁସୁମୀ, ଶୁକୁଳି, ସାରସକଣା ଏବଂ ଶୁଳିଆପଦାରେ ୫ଟି ସେତୁ, ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟର ନବ ନିର୍ମିତ ସାଇନ୍ସ ବ୍ଲକ, ମୋରଡା ବ୍ଲକର ନବନିର୍ମିତ ଭାଳିଆଶୋଳ ଆଦର୍ଶ ବିଦ୍ୟାଳୟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରେ ମୁଖ୍ୟମନ୍ତ୍ରୀ ୨୦୦ କୋଟି ୩୦ ଲକ୍ଷରୁ ଅଧିକ ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.