krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜଟଣୀରେ ନାଇଜର କ୍ୟାମ୍ପସ୍‌ରେ ହେବ କ୍ୟାନସର ହସ୍ପିଟାଲ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

3/10/2023 at 4:30 PM

ଖୋର୍ଦ୍ଧା।ଜଟଣୀ ୩।୧୦: ଅତ୍ୟାଧୁନିକ ଦୁଇ ଶହ ଶଯ୍ୟା ବିଶିଷ୍ଟ କ୍ୟାନସର ହସ୍ପିଟାଲ ଏବଂ ରିସର୍ଚ୍ଚ ସେଣ୍ଟର ଜଟଣୀ ନାଇଜର କ୍ୟାମ୍ପସ ନିକଟରେ ଖୋଲିବ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୂମି ପୂଜନ କରିଛନ୍ତି । ତେବେ ଓଡିଶାବାସୀଙ୍କୁ କ୍ୟାନ୍ସର ରୋଗର ଉନ୍ନତ ଚିକିତ୍ସା ପାଇଁ ଖର୍ଚ୍ଚାନ୍ତ ହୋଇ ମୁମ୍ବାଇ ଯିବାକୁ ପଡ଼ିବ ନାହିଁ । ଓଡ଼ିଶାର ଜଟଣୀ ନାଇଜର କ୍ୟାମ୍ପସରେ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ ସହ ରିସର୍ଚ୍ଚ ସେଣ୍ଟରର ଭୂମି ପୂଜନ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏଭଳି କହିଛନ୍ତି । ଏଠାରେ ୨୦୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସ୍ପିଟାଲ ହେଲେ କେବଳ ଓଡିଶାବାସୀ ନୁହେଁ ବରଂ ପଡୋଶୀ ରାଜ୍ୟ ବିହାର, ଛତିଶଗଡ଼, ଝାରଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟର କ୍ୟାନସର ରୋଗୀମାନେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଥିପାଇଁ ମୋଟ୍ ୬୫୦ କୋଟି ଖର୍ଚ୍ଚ ହେବ । ୨ ବର୍ଷ ମଧ୍ୟରେ ଏହାର କାମ ସରିବ । ସେହିଭଳି ଠିକ୍ ସମୟରେ ଏହାର କାମ ସରିବା ସହ କର୍କଟ ରୋଗୀମାନେ ଉପକୃତ ହେବେ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟର ଏବଂ ଟାଟା ମେମୋରିଆଲ ସହାୟତାରେ ନାଇଜର କ୍ୟାମ୍ପସ ପରିସରରେ ୬୫୦ କୋଟି ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ୨ ବର୍ଷ ମଧ୍ୟରେ ନିର୍ମାଣ ହେବ । ସେହିପରି ହସ୍ପିଟାଲ ବିଲ୍ଡିଂ ନିର୍ମାଣ ପାଇଁ ଟାଟା ମେମୋରିଆଲ ୨୫୦ କୋଟି ଟଙ୍କା ପ୍ରଦାନ କରିବାକୁ ଥିବାବେଳେ କେନ୍ଦ୍ର ସରକାରଙ୍କ ଆଟୋମିକ୍ ରିସର୍ଚ୍ଚ ସେଣ୍ଟର ୪୦୦ କୋଟି ଖର୍ଚ୍ଚ କରିବ । ଏହି ହସ୍ପିଟାଲ ୪୦ ଏକର ଜାଗାରେ ନିର୍ମାଣ କରାଯିବ । ନାଇଜରର ନିଜସ୍ୱ ୫ ଏକର ଜାଗାରେ ରାଜ୍ୟ ସରକାରଙ୍କ ଦ୍ୱାରା ୧୫୦ କୋଟି ଟଙ୍କା ବ୍ୟୟରେ ସାଇକ୍ଲୋଟ୍ରନ୍ ସେଣ୍ଟର ଖୋଲାଯିବ । ଯେଉଁ ସେଣ୍ଟର ସାରା ଭାରତ ବର୍ଷରେ ପ୍ରଥମ ବୋଲି ଜଣାପଡିଛି ।

ମଙ୍ଗଳବାର ଏହି ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ଭୂମି ପୂଜନ ସମାରୋହରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, ଟାଟା ମେମୋରିଆଲ ନିର୍ଦ୍ଦେଶକ ରାଜେନ୍ଦ୍ର ବଡ଼ୱେ, ଟାଟା ଷ୍ଟିଲ ନିର୍ଦ୍ଦେଶକ ଚାଣକ୍ୟ ଚୌଧୁରୀ, ନାଇଜର ନିର୍ଦ୍ଦେଶକ ହିରେନ୍ଦ୍ର ନାଥ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ ।

You Can Read :

   Related Posts