ବ୍ରହ୍ମପୁରରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ସହ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | December 01, 2018 IST

ବ୍ରହ୍ମପୁର ୦୧|୧୨: ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ଉଦଘାଟନ । ଗୋପାଳପୁର ନିର୍ବାଚନ ମଣ୍ଡଳୀର ପାଲୁର୍ ହିଲ୍ ଠାରେ ନିର୍ମିତ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଏଚ୍.ଆର୍.ଡି ନୂତନ କୋଠା, ନୂତନ ଲାଇବ୍ରେରୀ କୋଠା ସହ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ସହ ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି। ସାଧାରଣ ସଭାରେ  ଉଦବୋଧନ ଦେବା ପରେ ଗୋପାଳପୁର ଛକ ନିକଟରେ ନୂତନ ଓଭରବ୍ରିଜକୁ ଲୋକାର୍ପିତ କରିଛନ୍ତି ନବୀନ । ଏହାପରେ ଖଲ୍ଲିକୋଟ୍ କଲେଜ ଷ୍ଟାଡିୟମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ସହ ଶିଳାନ୍ୟାସ କରିବା ପରେ ଭୁବନେଶ୍ବର ଫେରିଆସିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ଗସ୍ତ ପୂର୍ବରୁ ବିଜେପି କର୍ମୀ କଳାପତକା ପଦର୍ଶନ କରିବାକୁ ଉଦ୍ୟମ କରୁଥିବାବେଳେ ୧୦ଜଣଙ୍କୁ ଅଟକ ରଖିଛି ପୋଲିସ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.