ଭୁବନେଶ୍ବରରେ ଶୁଭାରମ୍ଭ ହେଲା ‘ମୋ ବସ୍’ ସେବା ; ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମହିଳା ଯାତ୍ରୀଙ୍କ ନିରାପତ୍ତାକୁ ଅଧିକ ଗୁରୁତ୍ବ

Published By : Prameya-News7 Bureau | November 06, 2018 IST

ଭୁବନେଶ୍ବର ୬|୧୧:  ଆଜିଠୁ ଭୁବନେଶ୍ବରରେ ଶୁଭାରମ୍ଭ ହେଲା ‘ମୋ ବସ୍‌’ ସେବା । ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏୟାରପୋର୍ଟରୁ ‘ମୋ ବସ୍‌’ ସେବାର ଶୁଭାରମ୍ଭ ହେଲା । ଏହି ଅବସରରେ ସାଧାରଣ ଲୋକଙ୍କ ସହ ବସ୍‌ରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ । ଏୟାରପୋର୍ଟରୁ ବିଧାନସଭା ପର୍ଯ୍ୟନ୍ତ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ । ‘ମୋ ବସ୍’ ସେବା ଶୁଭାରମ୍ଭ ପରେ ଖୁସି ଜାହିର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ସହରାଞ୍ଚଳ ଲୋକଙ୍କ ପାଇଁ ଏହି ବସ୍‌ ସେବା ସୁବିଧାଜନକ ହେବ । ଏହି ବସ୍‌ ସେବା ଟ୍ରାଫିକ୍‌ ଜାମ୍‌ କମାଇବ । ପ୍ରଥମ ପର୍ଯ୍ୟାୟରେ ୧୦୦ଟି ବସ୍ ଗଡିବାର ଯୋଜନା ରଖାଯାଇଛି । ୯ଟି ରୁଟରେ ଚାଲିବ ସିଟି ବସ୍ । ଏହି ବସରେ ଜିପିଏସ୍, ୱାଇଫାଇ ଓ ସିସଟିଭି କ୍ୟାମେରା ଲାଗିଛି । ବିଶେଷକରି ମହିଳା ଯାତ୍ରୀଙ୍କ ନିରାପତ୍ତାକୁ ଗୁରୁତ୍ବ ଦିଆଯାଇଛି । ବସରେ ପବ୍ଲିକ୍ ଆଡ୍ରେସ ସିଷ୍ଟମ ଅର୍ଥାତ୍ କିଛି ସିଟ୍ ବ୍ୟବଧାନରେ ଏକ ସ୍ପିକର ମେସିନ୍ ରଖାଯାଇଛି । ଏଥିରେ ଯାତ୍ରୀମାନେ କହିଲେ କଣ୍ଡକ୍ଟର ଓ ବସ୍ ଚାଳକଙ୍କୁ ଏହା ଜୋରରେ ଶୁଣାଯିବ । ଯାତ୍ରୀମାନେ ଯେଉଁଠି ଓହ୍ଲାଇବାକୁ ଚାହିଁଲେ ଏହାକୁ ବ୍ୟବହାର କରିପାରିବେ । ମୋଟ୍ ୩ଟି ପର୍ଯ୍ୟାୟରେ ରାଜଧାନୀରେ ୩ଶହ ବସ୍ ଚାଲିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.