Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୃଷି ଓଡିଶା କର୍ମଶାଳା ଉଦ୍‌ଘାଟିତ; ମୁଖ୍ୟମନ୍ତ୍ରୀ କହିଲେ କାଳିଆ ଯୋଜନା ପାଇଁ ଖର୍ଚ୍ଚ ହେବ ୧୦ହଜାର କୋଟି

15/01/2019 at 12:20 PM

ଭୁବନେଶ୍ବର ୧୫|୧: ମୋଦିଙ୍କ ଫୋକସରେ ପଶ୍ଚିମ ଓଡ଼ିଶା ଭୋଟର ଥିବାବେଳେ ନବୀନଙ୍କ ଟାର୍ଗେଟରେ ରହିଛନ୍ତି କୃଷକ । ଭୁବନେଶ୍ବର ବରମୁଣ୍ଡା ପଡିଆରେ ବିଶାଳ କୃଷକ ସମାବେଶ ଆୟୋଜିତ ହୋଇଛି । କୃଷି ଓଡିଶା ସମାବେଶକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କୃଷି ଓଡିଶା ସମାବେଶ ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ଚାଲିବ । ସମାବେଶରେ ବିଭିନ୍ନ ସଂସ୍ଥାର ୧୮୦ରୁ ଅଧିକ ଷ୍ଟଲ ପଡିଛି । କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି ଓ ଆୟ ବଢ଼ାଇବା ପାଇଁ ବଜାର ବ୍ୟବସ୍ଥା, କୃଷି ଉନ୍ନତିକରଣ ନେଇ ୫ ଦିନିଆ କର୍ମଶାଳାର ବିରାଟ ଆୟୋଜନ କରିଛନ୍ତି ରାଜ୍ୟ ସରକାର । କୃଷି ସମାବେଶ ଓ ପ୍ରଦର୍ଶନୀରେ ହଜାର ହଜାର ଚାଷୀ ଏକାଠି ହୋଇଛନ୍ତି ।

ଏହି ଅବସରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି କାଳିଆ ଯୋଜନା ପାଇଁ ଖର୍ଚ୍ଚ ହେବ ୧୦ହଜାର କୋଟି । ଯାହା ଚାଷୀଙ୍କ ହିତ ପାଇଁ ଏହା ବହୁତ ଭଲ । ରାଜ୍ୟ ପାଇଁ ନୁହେଁ ସମଗ୍ର ଦେଶ ପାଇଁ ଏହା ଏକ ଆଦର୍ଶ କାର୍ଯ୍ୟକ୍ରମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆସନ୍ତା ଏପ୍ରିଲ ସୁଦ୍ଧା ସେଚ ସୁବିଧା ଲକ୍ଷ୍ୟ ହାସଲ କରାଯିବ । ଚାଷୀଙ୍କ ଆୟ ବୃଦ୍ଧି ଲାଗି ମୋ ସରକାର ଉଦ୍ୟମରତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

   Related Posts