ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ମନ୍ତ୍ରିପରିଷଦ ବୈଠକ
20/06/2019 at 9:49 AM

ଭୁବନେଶ୍ବର ୨୦|୬: ଆଜି ବସିବ ରାଜ୍ୟ ମନ୍ତ୍ରିପରିଷଦର ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅପରାହ୍ନ ୫ଟା ୪୫ମିନିଟ୍ରେ ବୈଠକ ହେବ । ମନ୍ତ୍ରିପରିଷଦ ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ଚିଠା ବଜେଟ୍କୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି । ଏହା ବ୍ୟତୀତ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବୈଠକରେ ସ୍ଥାନ ପାଇବା ସମ୍ଭାବନା ରହିଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଜୁନ୍ ୨୮ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବ ଅଧିବେଶନରେ ୪ମାସ ପାଇଁ କାମଚଳା ବଜେଟ୍ ଗୃହରେ ପାରିତ ହୋଇଥିଲା ।
Related Posts
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ
25 September 2023
ତୁଟୁନି ବର୍ଷା-ଅନୁଭବ ଅଡ଼ୁଆ, ପ୍ରଥମ ଦିନ ସରିଲା ଷ୍ଟାର ଦମ୍ପତିଙ୍କ କାଉନସେଲିଂ
25 September 2023
ରୋହିତ ପୂଜାରୀ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି
25 September 2023