ଆଜି କଳାହାଣ୍ଡିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ବିତୀୟ ଦିନ ନିର୍ବାଚନୀ ପ୍ରଚାର

Published By : Prameya-News7 Bureau | April 09, 2019 IST

କଳାହାଣ୍ଡି ୯|୪ : ଆଜି କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବିତୀୟ ନିର୍ବାବନୀ ପ୍ରଚାର । ଆଜି ରୋଡ୍ ସୋ କରି ଭୋଟରଙ୍କୁ ଭୋଟ୍ ଦେବା ପାଇଁ ନିବେଦନ କରିବେ ମୁଖ୍ୟମନ୍ତ୍ରୀ । ପ୍ରଚାରର ଶେଷଦିନରେ ଭୋଟରଙ୍କୁ ଆକୃଷ୍ଠ କରିବାକୁ ସବୁ ଦଳ ଚଳାଇଛନ୍ତି ଜୋରଦାର ପ୍ରୟାସ । ବିଜେଡି ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ନବୀନ ଆଜି କଳାହାଣ୍ଡିର ଅଧିଷ୍ଟାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ଦର୍ଶନ ପରେ ହେଲିକପ୍ଟର ଯୋଗେ ଯାଇ ଲାଞ୍ଜିଗଡରେ ପ୍ରଚାର କରିବେ । ଏହାସହ ନର୍ଲା ଓ ଜୟପାଟଣାରେ ମଧ୍ୟ ପ୍ରଚାର କରିବେ ବିଜେଡି ସୁପ୍ରିମୋ ।

ଗତକାଲି ଭବାନୀପାଟଣା ଇରିଗେସନ ସର୍କିଟ୍ ହାଉସରେ ରାତ୍ରୀ ଯାପନ ପରେ ଆଜି ହେଲିକାପ୍ଟର ଯୋଗେ  ଜୟପାଟଣା ଯିବେ । ୧୧.୧୫ ମିନିଟ୍ ରେ ଜୟପାଟଣାଠାରେ ସାଧାରଣ ସଭା ତଥା ୧୨ ଟାରେ ନର୍ଲା ଓ ୧୨ଟା୩୦ରେ ବିଶ୍ବନାଥପୁର ଠାରେ ସାଧାରଣ ସଭାକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋରେ ହଜାର ହଜାର ଜନସଧାରଣଙ୍କ ସମାଗମ ଦେଖିବାକୁ ମିଳୁଛି । ନବୀନ କେନ୍ଦ୍ରକୁ ଟାର୍ଗେଟ୍ କରି କେବିକେ ଯୋଜନା ବନ୍ଦ, ବିଆରଜିଏଫ ଯୋଜନା ବନ୍ଦ, ତଥା ଚାଷୀଙ୍କ ସ୍ବାର୍ଥ ପାଇଁ ଉଦ୍ଧିଷ୍ଟ କାଳିଆ ଯୋଜନା ବନ୍ଦ ପାଇଁ ବିଜେପିର ନିର୍ବାଚନ କମିଶନକୁ ଟାର୍ଗେଟ୍ କରି ସାଧାରଣ ଭୋଟରକୁ ବିଜେଡି ସମର୍ଥନ ପାଇଁ ନିବେଦନ କରିଥିଲେ ।

କଳାହାଣ୍ଡି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୧ ତାରିଖ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ସନ୍ଧ୍ୟା ୫ଟାରେ ପ୍ରଚାର ଶେଷ ହେବ । ଫଳରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକକୁ ଶେଷ ସମୟରେ ମଇଦାନକୁ ଓଲ୍ଲାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.