ଭୁବନେଶ୍ୱର ୧୨/ ୧: ଅଙ୍ଗନବାଡି ଦିଦିଙ୍କୁ ନବୀନଙ୍କ ଭେଟି | ଅଙ୍ଗନବାଡି ଦିଦିଙ୍କ ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର | ବଢ଼ିଲା ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ | ଏହାଛଡା ଅବସରବେଳେ ମଧ୍ୟ ସ୍ୱତନ୍ତ୍ର ସହାୟତା ପାଇବେ | ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତକାଲି ସମନ୍ୱିତ ଶିଶୁ ବିକାଶ ଯୋଜନାରେ କାମ କରୁଥିବା ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କ ପାଇଁ ଏକ ଐତିହାସିକ ପ୍ୟାକେଜ ଘୋଷଣା କରିଛନ୍ତି । ପାରିଶ୍ରମିକ ବୃଦ୍ଧି ସହ ଅବସରକାଳୀନ ଭତ୍ତା , ଚାକିରୀରର ଅବସର ସମୟସୀମା ବୃଦ୍ଧି ଓ ବାର୍ଷିକ ଛୁଟି ପ୍ରଦାନ ସମ୍ପର୍କରେ ଏହି ଘୋଷଣା ଅଙ୍ଗନବାଡି କର୍ମୀଙ୍କ ପାଇଁ ନୂଆବର୍ଷ ଉପହାର ହୋଇଛି । ଆଜି ସଚିବାଳୟରେ ଏକ ଉଚ୍ଚ ସ୍ଥରୀୟ ବୈଠକରେ ଏହି ବିଷୟରେ ନିଷ୍ପତ୍ତି ନେବାପରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି | ଏହି ପାରିଶ୍ରମିକ ବୃଦ୍ଧି ୨୦୧୮ ଅକ୍ଟୋବର ୧ ତାରିଖରୁ ପିଛିଲା ଭାବରେ ଲାଗୁ ହେବ |
୧. ଅଙ୍ଗନବାଡି କର୍ମୀମାନେ ପୂର୍ବରୁ ୬୦୦୦ ଟଙ୍କା ପାଉଥିବାବେଳେ ନୂତନ ନିଷ୍ପତ୍ତି ଅନୁଯାୟୀ ମାସକୁ ୭୫୦୦ ଟଙ୍କା ପାଇବେ | ଏଥିପାଇଁ ରାଜ୍ୟ ସରକାର ୪୮୦୦ ଟଙ୍କା ଦେଉଥିବାବେଳେ କେନ୍ଦ୍ର ସରକାର କେନ୍ଦ୍ର ସରକାରଙ୍କ ଅଂଶ ହେଉଛି ୨୭୦୦ ଟଙ୍କା |
୨. ମିନି ଅଙ୍ଗନବାଡି କର୍ମୀମାନେ ପୂର୍ବରୁ ୪୧୨୫ ଟଙ୍କା ପାଉଥିବାବେଳେ ନୂତନ ନିଷ୍ପତ୍ତି ଅନୁଯାୟୀ ମାସକୁ ୫୩୭୫ ଟଙ୍କା ପାଇବେ | ଏଥିପାଇଁ ରାଜ୍ୟ ସରକାର ୩୨୭୫ ଟଙ୍କା ଦେଉଥିବା ବେଳେ କେନ୍ଦ୍ର ସରକାରଙ୍କ ଅଂଶ ହେଉଛି ୨୧୦୦ ଟଙ୍କା |
{"id":73351}୩. ଅଙ୍ଗନବାଡି ସହାୟିକାମାନେ ପୂର୍ବରୁ ୩୦୦୦ ଟଙ୍କା ପାଉଥିବାବେଳେ ନୂତନ ନିଷ୍ପତ୍ତି ଅନୁଯାୟୀ ମାସକୁ ୩୭୫୦ ଟଙ୍କା ପାଇବେ | ଏଥିପାଇଁ ରାଜ୍ୟ ସରକାର ୨୪୦୦ ଟଙ୍କା ଦେଉଥିବାବେଳେ କେନ୍ଦ୍ର ସରକାରଙ୍କ ଅଂଶ ହେଉଛି ୧୩୫୦ ଟଙ୍କା |
୪. ପୂର୍ବରୁ ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ୬୦ ବର୍ଷ ବୟସରେ କାମରୁ ଅବ୍ୟାହତି ନେଉଥିବା ବେଳେ ଏବେ ଏହା ୬୨ ବର୍ଷକୁ ବୃଦ୍ଧି କରାଯାଇଛି | ଏହା ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି |
୫. ୬୨ ବର୍ଷ ବୟସରେ ଅବ୍ୟାହତି ନେବା ସମୟରେ ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ସେମାନଙ୍କ ସାମାଜିକ ସୁରକ୍ଷା ପାଇଁ ଯଥାକ୍ରମେ ୨୦ ହଜାର, ୧୫ ହଜାର ଓ ୧୦ ହଜାର ଟଙ୍କା ଲେଖାଏଁ ଏକକାଳୀନ ସହାୟତା ପାଇବେ | ଏହା ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଦିଆଯିବ |
{"id":73352}୬. ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ବର୍ଷକୁ ଥରେ ଖରା ଦିନରେ ୧୫ ଦିନ ଛୁଟି ପାଇବେ |