ଆଜି କେନ୍ଦ୍ରାପଡାରେ ନବୀନ ପଟ୍ଟନାୟକଙ୍କ ରୋଡ୍ ସୋ’

Published By : Prameya-News7 Bureau | April 26, 2019 IST

କେନ୍ଦ୍ରାପଡା ୨୬|୪: କାଲି ସରିବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ । ମଇଦାନରେ ଜୀ ଜାନ ଲଗାଇ ଦେଇଛନ୍ତି ନେତା । ମାରାଥନ୍ ପ୍ରଚାରରେ ଲାଗିଛନ୍ତି ସବୁ ଦଳର ଷ୍ଟାର ପ୍ରଚାରକ । ଆଜି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗତସିଂହପୁର ଜିଲ୍ଳା ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳିରୁ ପ୍ରଚାର ଅଭିଯାନ କରିବେ ।

ସେଠାରୁ ଦିନ ୧୧ଟାରେ ମହାକାଳପଡାରେ ପହଞ୍ଚିବ ମୁଖ୍ୟମନ୍ତ୍ରୀ ହେଲିକାପ୍ଟର । ଖରନାସୀ ପଞ୍ଚାୟତର ହରିଆବାଙ୍କରୁ ରୋଡ୍ ସୋ’ ଆରମ୍ଭ କରିବେ ନବୀନ । ରାମନଗର, ଛପାଲି, ମଙ୍ଗଳପୁରୁ, ମହାକାଳପଡା, ମାର୍ଶ।ଘାଇ ଦେଇ ପାଟକୁରା ନିର୍ବ।ଚନ ମଣ୍ଡଳିର ନୂଆପଡାରେ ପହଞ୍ଚିବ ରୋଡ୍ ସୋ’ ।

ମଧ୍ୟାହ୍ନଭୋଜନ ପରେ ଅପରାହ୍ନ ୩ଟାରେ ପାଟପୁରାର କଳାବୋଦା, କୋରୁଆ ମାହାଳ ବଜାର  ହରିଅଙ୍କ, ଦାନପୁରୁ ଓ ଚାନ୍ଦୋଳବଜାର ଦେଇ ବଳଦେବ ଜୀୟୁ ମନ୍ଦିର ନିକଟରେ ପହଂଚିବ ନୀବନଙ୍କ ରଥ । ବଳଦେବ ଜୀୟୁଙ୍କ ଦର୍ଶନ ପରେ ନବୀନ କେନ୍ଦ୍ରାପଡା ଟାଉନରେ ରୋଡ୍ ସୋ’ କରିବେ ।  ତନିମୁହାଣି ଠାରେ ଆଜି ଶେଷ ହେବ ପ୍ରଚାର । ଆଜି ଜଣ୍ଟିଲୋରେ ରାତ୍ରି ଯାପନ କରିବେ ନବୀନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.