ବିଜେପୁର ଉପନିର୍ବାଚନ : ପ୍ରଚାର ମଇଦାନକୁ ଓହ୍ଲାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | October 17, 2019 IST

ବିଜେପୁର ୧।୧୦: ବିଜେପୁରରେ ଆଜି ଘମାଘୋଟ ପ୍ରଚାର । ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଲଉମୁଣ୍ଡାରେ ହେଲିକପ୍ଟର ଅବତରଣ କରିବା ପରେ ହାଇଟେକ୍ ବସରେ ପ୍ରଥମେ ବିଜେପୁର ତାପରେ ଅପରାହ୍ନରେ ବରପାଲିରେ ରୋଡ଼ ସୋ କରିବେ ନବୀନ ।

{"id":170935}

ଆଜି ଓ ଆସନ୍ତାକାଲି ୨ ଦିନ ଧରି  ପ୍ରଚାର କରିବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ସୋ କୁ ସଫଳ କରିବା ପାଇଁ ବିଜେଡିର ବରିଷ୍ଠ ନେତାମାନେ ଲାଗିପଡିଛନ୍ତି । ମୁଖ୍ୟମନ୍ତ୍ରୀ ୪୩ ସ୍ଥାନରେ ପଥପ୍ରାନ୍ତ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

{"id":170936}

ସେପଟେ ମୁଖ୍ୟମନ୍ତ୍ରୀ ରୋଡ଼ ସୋ କୁ ଟକ୍କର ଦେବାପାଇଁ  ବିରୋଧୀ ଯୋଜନା କରିଛନ୍ତି । ଆଜି ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇବା ସମ୍ଭାବନା ରହିଛି । ସେହିପରି କଂଗ୍ରେସ ବି ପୁରା ଦମ ଲଗାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ସୁର ରାଉତରାୟ ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.