ଆଇପିଏସ୍ ସମ୍ମିଳନୀ ଉଦଯାପନୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ; ‘ଆରକ୍ଷୀ’ ଆପ୍ ଉନ୍ମୋଚିତ
19/01/2019 at 3:04 PM

ଭୁବନେଶ୍ବର ୧୯|୧: ଭୁବନେଶ୍ବର ପୋଲିସ ଭବନରେ ଚାଲିଥିବା ୩ ଦିନିଆ ଆଇପିଏସ୍ ସମ୍ମିଳନୀର ଆଜି ଅନ୍ତିମ ଦିବସ । ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ଆଇନ ଶୃଂଖଳା ପରିଚାଳନାରେ ପୋଲିସର ଭୂମିକା ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ନବୀନ । ଏହା ସହ ହକି ବିଶ୍ବକପ୍ ପରିଚାଳନାକୁ ନେଇ ମଧ୍ୟ ରାଜ୍ୟ ପୋଲିସକୁ ପ୍ରଶଂସା କରିବା ଧନ୍ୟବାଦ ଜଣାଇଛନ୍ତି ।

ଏହି ଅବସରରେ ଆରକ୍ଷୀ ଆପ୍ର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ରାଜ୍ୟର ସବୁ ଥାନାକୁ ଖୁବଶୀଘ୍ର କମ୍ପ୍ୟୁଟର ଟ୍ୟାବ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ‘ମହିଳା ଓ ଶିଶୁ ସୁରକ୍ଷା ପାଇଁ ୧୯ଟି ଜିଲ୍ଲାରେ ହେଲ୍ପ ଡେସ୍କ ଖୋଲିଛି । ‘ଖୁବଶୀଘ୍ର ସମସ୍ତ ଜିଲ୍ଲାରେ ହେଲ୍ପ ଡେସ୍କ ଖୋଲିବ ବୋଲି ସେ କହିଛନ୍ତି । ଆଇପିଏସ୍ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବ ମଧ୍ୟ ଯୋଗ ଦେଇଥିଲେ ।