oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖୋର୍ଦ୍ଧାରେ ମିଶନ ଶକ୍ତି ମହାସମାବେଶରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ସହାୟତା ଘୋଷଣା

3/03/2019 at 1:16 PM

ଖୋର୍ଦ୍ଧା ୩|୩ : ଖୋର୍ଦ୍ଧା ଠାରେ ଆୟୋଜିତ ମିଶନ ଶକ୍ତି ମହାସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧା ଗୋଶାଳା ପଡ଼ିଆରେ ଆୟୋଜିତ ସମାବେଶରେ ଯୋଗ ଦେଇଛନ୍ତି ନବୀନ। ଏଥିସହିତ ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୫ ହଜାର ଟଙ୍କାର ସିଡ ମନି ଏବଂ ୩ ହଜାର ଟଙ୍କା ଡିଜିଟାଲ ସଶକ୍ତି କରଣ ସହାୟତା ଘୋଷଣା କରିଛନ୍ତି। ବ୍ଲକ୍ ସ୍ତରୀୟ ମହାସଂଘ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପାଇଥିବା ସଦସ୍ୟମାନେ ଏହି ସମାବେଶରେ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୧୬ କୋଟି ଟଙ୍କାର ୮ଟି ପ୍ରକଳ୍ପ ଶୁଭ ଉଦଘାଟନ କରିଥିବା ବେଳେ ୧୮ କୋଟିର ୧୬ଟି ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି। ୪୮୮ କୋଟି ୭୬ ଲକ୍ଷ ଟଙ୍କାରେ ନିର୍ମିତ ଜାନିବିଲି-ବ୍ରହ୍ମପୁର ବୃହତ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଦ୍ବାରା ସହରାଞ୍ଚଳର ୩ ଲକ୍ଷ ୭୦ ହଜାର ଓ ଗ୍ରାମାଞ୍ଚଳର ପ୍ରାୟ ଦେଢ ଲକ୍ଷ ଲୋକେ ଉପକୃତ ହେବେ । ଖଲ୍ଲିକୋଟ କଲେଜ ଷ୍ଟାଡିୟମରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ।

   Related Posts