ଗରିବଙ୍କୁ ଶୀତ ସହାୟତା, ୩୦୦ ଟଙ୍କା ଲେଖାଏଁ ଦେବେ ରାଜ୍ୟ ସରକାର, ଉପକୃତ ହେବେ ୪୮ଲକ୍ଷ ହିତାଧିକାରୀ

Published By : Prameya-News7 Bureau | November 25, 2022 IST

ଭୁବନେଶ୍ୱର: ରାଜ୍ୟରେ ଗରିବ ଲୋକଙ୍କୁ ଶୀତ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଧୁବାବୁ ପେନସନ ଓ ଜାତୀୟ ପେନସର ଯୋଜନା ହିତାଧିକାରୀଙ୍କୁ କମ୍ବଳ ପାଇଁ ୩ଶହ ଟଙ୍କା ଲେଖାଏଁ ମିଳିବ । ଡିସେମ୍ବର ପହିଲା ସୁଦ୍ଧା ରାଜ୍ୟର ୪୮ଲକ୍ଷ ହିତାଧିକାରୀଙ୍କୁ ଏହି ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ପାଇଁ ମୋଟ ୧୪୬ କୋଟି ଟଙ୍କା ଖର୍ଚ୍ଚ ହେବ ।

ଶୀତର ପ୍ରକୋପକୁ ଦୃଷ୍ଟିରେ ରଖି ଗରିବ ଲୋକ ବିଶେଷ କରି ବରିଷ୍ଠ ନାଗରିକମାନଙ୍କୁ ସୁରକ୍ଷିତ ରଖିବା ଉପରେ ବେଶି ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ସହ ଖୋଲା ଆକାଶ ତଳେ ଯେପରି କେହି ନରହିବେ, ସେଥିପାଇଁ ଧ୍ୟାନ ଦେବାକୁ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ନବୀନ । ପଞ୍ଚାୟତିରାଜ ବିଭାଗ, ନଗର ଉନ୍ନୟନ ବିଭାଗ ତଥା ଜିଲ୍ଲାପାଳ ଓ ମ୍ୟୁନିସିପାଲ କର୍ତ୍ତୃପକ୍ଷମାନେ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୫୫ ଯାତ୍ରୀ ଆଶ୍ରୟସ୍ଥଳୀ ଖୋଲାଯାଇତିବା ବେଳେ ଆବଶ୍ୟକସ୍ଥଳେ ପଞ୍ଚାୟତ କାର୍ଯ୍ୟାଳୟ, ସ୍କୁଲ ଘରଗୁଡ଼ିକୁ ମଧ୍ୟ ରାତ୍ରି ଆଶ୍ରୟସ୍ଥଳ ଭାବେ ବ୍ୟବହାର କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନରଙ୍କ ସମେତ 5T ସଚିବ ଭି.କେ ପାଣ୍ଡିଆନ୍‌ ମଧ୍ୟ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.