ଭୁବନେଶ୍ବର ୫/୬: ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନରେ ପରାଜୟ ପରେ ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ନବୀନ । ଚଳିତ ନିର୍ବାଚନରେ ବିଜେଡିର ଦୁର୍ଗ ଭାଙ୍ଗିଯାଇଛି । ଦଳକୁ ମାତ୍ର ୫୧ଟି ଆସନ ମିଳିଛି । ଏମିତିକି ଖୋଦ ମୁଖ୍ୟମନ୍ତ୍ରୀ ୨ଟି ଆସନରେ ଲଢିଥିବାବେଲେ ଗୋଟିଏ ଆସନରେ ପରାସ୍ତ ହୋଇଛନ୍ତି । କଣ୍ଟାବାଞ୍ଝି ଆସନରୁ ୧୬ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିବାବେଳେ ହିଞ୍ଜିଳି ଆସନରୁ ମାତ୍ର ୪ ହଜାରରୁ ଅଧିକ ଭୋଟ୍ରେ ବିଜୟ ହୋଇଛନ୍ତି । ବିଧାନସଭାରେ ୫୧ଟି ସିଟ୍ ଜିତିଥିବା ବିଜେଡି ଲୋକସଭା ନିର୍ବାଚନରେ ଗୋଟିଏ ବି ଆସନ ହାତେଇ ପାରିନି ।
ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ନରମିଲେ ଋଷ ରାଷ୍ଟ୍ରପତ...
