୧୫ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ : ୧୮୦୦ କୋଟି ଟଙ୍କା ହେବ ନିବେଶ, ପ୍ରଥମ ୩ଟି ଆଲୁମିନିୟ ଶିଳ୍ପ ପାଇଁ ସରକାର ଦେବେ ୧୦୦ କୋଟି ଟଙ୍କା ସବସିଡି
3/11/2018 at 8:03 PM

ଭୁବନେଶ୍ବର୩|୧୧: ଆଜି ସଚିବାଳୟରେ ୧୫ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ୮ଟି ଫୁଡ ପ୍ରୋସେସିଂ ପ୍ରକଳ୍ପ ଥିବାବେଳେ ୨ଟି ସିମେଣ୍ଟ ପ୍ରକଳ୍ପ ରହିଛି । ଏହି ୧୫ଟି ପ୍ରକଳ୍ପ ରାଜ୍ୟରେ ନିବେଶ କରିବେ ମୋଟ ୧୮୦୭.୯୨କୋଟି ଟଙ୍କା । ୮୮୮୩ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
କେବଳ ଅଲଟ୍ରାଟେକ ସିମେଣ୍ଟ ନିବେଶ କରିବ ୭୩୭ କୋଟି ଟଙ୍କା । ସେହିଭଳି ଚେତିନାଦ ସିମେଣ୍ଟ୨୩୧ କୋଟି , ଖୋର୍ଦ୍ଧାରେ ସୁରିୟା ଫୁଡ ବିସ୍କୁଟୁ ତିଆରି କାରାଖାନା କରିବ ସେଥିପାଇଁ ୧୦୮.୯୯କୋଟି, ଓରିପ୍ଲାଷ୍ଟା ବାଲେଶ୍ବରରେ ୭୯କୋଟି ନିବେଶ କରିବେ। ଏହାସହ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ କ୍ଷମତା ସମ୍ପୂଣ୍ଣ କମିଟିରେ ୬ଟି ପକଳ୍ପକୁ ଅନୁମୋଦନ ମିଳିଛି।
ବେଦାନ୍ତ, ନାଲୋକ, ହିଣ୍ଡାଲକୋ ଏବଂ ଚେରିପାଲ ଫିଲ୍ମସ ରାଜ୍ୟରେ ୨୫୮୪୫ କୋଟି ଟଙ୍କା ନିବେଶ କରିବେ । ଯାହା ଫଳରେ ୧୩୭୦୫ ନିଯୁକ୍ତି ସୃଷ୍ଟି ହେବ। ଏହସହ ଦେଶରେ ପ୍ରଥମ ରାଜ୍ୟଭାବେ ଓଡିଶା ଏରୋସ୍ପେସ ଆଣ୍ତ ଡିଫେନ୍ସ ମ୍ୟାନିଫକଚ୍ୟୁରିଂ ପଲିସି ପ୍ରସ୍ତୁତ କରାଯାଇଛି। ଯାହା ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଅନୁମୋଦନ ଲାଭ କରିଛି। ରାଜ୍ୟରେ ଆଲୁମିନିୟମ, ଷ୍ଟିଲ ଗଛିତ ରହିଛି । ସେହି ଶିଳ୍ପ ପ୍ରତିଷ୍ଠା କରିବା ପାଇଁରାଜ୍ୟ ପ୍ରଥମ ତିନିଟି ମ୍ୟାନୁଫ୍ୟାକ୍ଚର କମ୍ପାନୀକୁ ଶହେକୋଟି ଟଙ୍କା ସବସିଡି ଦେବେ ପାଇଁ ନିଷ୍ପତି ହୋଇଛି।