ସଫଳ ଲିଭର ପ୍ରତିରୋପଣ : ଆଇଏମ୍‌ଏସ୍‌ ଏବଂ ସମ୍ ହସ୍ପିଟାଲ୍‌ ଡାକ୍ତରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ରୋଗୀଙ୍କ ପାଇଁ ଆଶାର ଆଲୋକ

Published By : Prameya-News7 Bureau | March 07, 2020 IST

ଭୁବନେଶ୍ବର ୦୭।୦୩: ସମ୍‌ ହସ୍ପିଟାଲକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍‌ ହସପିଟାଲରେ  ଜଣେ ରୋଗୀଙ୍କ ଶରୀରରେ ଲିଭର ପ୍ରତିରୋପଣ କରାଯାଇଥିଲା । ଯାହାକି ରାଜ୍ୟର ପ୍ରଥମ ହସପିଟାଲ ଭାବେ ଲିଭର ପ୍ରତିରୋପଣ କରିଥିବାରୁ ସମ୍‌ ହସପିଟାଲକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

{"id":153612,"sizeSlug":"large"}

ବାଲେଶ୍ବର ଜିଲ୍ଲା କନ୍ଥିଆ ଟିକରର ଜୟନ୍ତ ବିଶ୍ବାଳ ଲିଭର ବା ଯକୃତ ଜନୀତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ ।ତାଙ୍କ ଲିଭର ଅକାମୀ ହୋଇପଡିଥିବା ବେଳେ ଲିଭର ପ୍ରତିରୋପଣ ଲାଗି ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ ।ଆନୁସଙ୍ଗିକ ପରୀକ୍ଷା ନୀରିକ୍ଷା ପରେ  ଜୟନ୍ତଙ୍କ ଆବଶ୍ୟକତା ସହ ତାଙ୍କ ପୁଅ ସୌମ୍ୟରଞ୍ଜନଙ୍କ ଯକୃତ ମ୍ୟାଚ୍‌ କରିଥିଲା । ସୌମ୍ୟ ଯକୃତ ଦାନ କରିଥିବା ବେଳେ ତାହା ଜୟନ୍ତଙ୍କ  ଶରୀରରେ ପ୍ରତିରୋପଣ କରାଯାଇଛି । ଶୁକ୍ରବାର ଦିନ ଏହି ବିରଳ ଅପରେସନ କରାଯାଇଥିଲା ।

wp:core-embed/twitter {"url":"https://twitter.com/Naveen_Odisha/status/1236167243202994176","type":"rich","providerNameSlug":"twitter","className":""}
https://twitter.com/Naveen_Odisha/status/1236167243202994176
/wp:core-embed/twitter

ଏହି ଜଟିଳ ଅସ୍ତ୍ରୋପଚାର ପ୍ରକ୍ରିୟା  ଦିନ ୩ଟାରୁ ଆରମ୍ଭ ହୋଇ ରାତି ୧୨ଟାରେ ସରିଥିଲା । ଦୀର୍ଘ ୯ ଘଣ୍ଟା ଧରି ଚାଲିଥିଲା ଏହି ବିରଳ ଅପରେସନ । ଏହି ଅପରେସନ ପ୍ରକ୍ରିୟାରେ  ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ଏବଂ  ହାଇଦ୍ରାବାଦ ସ୍ଥିତ ଯଶୋଦା ହସ୍ପିଟାଲର ୪୦ ଜଣ ଡାକ୍ତର ସାମିଲ ହୋଇଥିଲେ । ପୂରା ଅସ୍ତ୍ରୋପଚାରର ନେତୃତ୍ବ ନେଇଥିଲେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ସାହୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.