ରାଜ୍ୟର ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଆଗୁଆ ୪ମାସର ଦରମା : ପ୍ରଶଂସା ସହ ପ୍ରୋତ୍ସାହନ ଓ ସୁରକ୍ଷାକୁ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | March 25, 2020 IST

ଭୁବନେଶ୍ବର ୨୫।୦୩: ରାଜ୍ୟରେ କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଆଉ ଏକ ବଡ ପଦକ୍ଷେପ । ସରକାରୀ ସ୍ବାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀଙ୍କୁ ଆଗୁଆ ଚାରିମାସର ଦରମା ଦିଆଯିବ ।  ଡାକ୍ତର,  ନର୍ସଙ୍କ ସମେତ ସମସ୍ତ ସ୍ୱାସ୍ଥ୍ୟକର୍ମଚାରୀଙ୍କୁ ଆଗୁଆ ଦରମା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ବାସ୍ଥ୍ୟ ସେବା ସହିତ ଜଡିତ କର୍ମଚାରୀଙ୍କୁ "ଫାଷ୍ଟ ଲାଇନ୍‌ ଅଫ୍‌ ଡିଫେନ୍ସ " ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କ କାର୍ଯ୍ୟ ଓ ତ୍ୟାଗର ପ୍ରଶଂସା କରିଛନ୍ତି । ସେମାନଙ୍କୁ ଅଗ୍ରୀମ ବେତନ ସହ ସୁରକ୍ଷା ଦେବାକୁ ଘୋଷଣା କରିଛନ୍ତି ।

ବୁଧବାର ଦିନ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଅନୁଯାୟୀ, ସ୍ବାସ୍ଥ୍ୟସେବାରେ ଥିବା  ସମସ୍ତ ସରକାରୀ କର୍ମଚାରୀଙ୍କୁ  ରାଜ୍ୟ ସରକାର ଏପ୍ରିଲ, ମେ, ଜୁନ୍‌ ଓ ଜୁଲାଇ ମାସର ଦରମା ଦିଆଯିବ । ଏହି ଘୋଷଣା କରି ସ୍ବାସ୍ଥ୍ୟବିଭାଗ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ କରୋନା ମୁକାବିଲାରେ ସେମାନେ ଦିନରାତି ନିଜ କର୍ମକ୍ଷେତ୍ରରେ ବ୍ୟସ୍ତ ରହିଥିବାରୁ ସେମାନଙ୍କର ତୁଳନା ନାହିଁ ବୋଲି କହି ସେମାନଙ୍କର ପ୍ରଶଂସା  କରିଛନ୍ତି । ସେଥିଲାଗି ସେମାନଙ୍କୁ ଆଗୁଆ ଦରମା ଦିଆଯିବ । ଏହାସହ ସ୍ବାସ୍ଥ୍ୟକର୍ମଚାରୀଙ୍କୁ ସୁରକ୍ଷା ପ୍ରତି ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଦୁଃବହାର କଲେ , ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.