ଅଙ୍ଗନୱାଡୀ କର୍ମୀଙ୍କ ପାଇଁ ନବୀନଙ୍କ ନୂଆବର୍ଷ ଉପହାର : ବଢିଲା ଦରମା, ମିଳିବ ଅଧିକ ଛୁଟି, ଅବସର ବୟସ ସୀମା ବୃଦ୍ଧି ଓ ମିଳିବ ଅବସରକାଳୀନ ଭତ୍ତା

Published By : Prameya-News7 Bureau | January 12, 2019 IST

ଭୁବନେଶ୍ୱର ୧୨/ ୧: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସମନ୍ୱିତ ଶିଶୁ ବିକାଶ ଯୋଜନାରେ କାମ କରୁଥିବା ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କ ପାଇଁ ଏକ ଐତିହାସିକ ପ୍ୟାକେଜ ଘୋଷଣା କରିଛନ୍ତି । ପାରିଶ୍ରମିକ ବୃଦ୍ଧି ସହ ଅବସରକାଳୀନ ଭତ୍ତା , ଚାକିରୀରର ଅବସର ସମୟସୀମା ବୃଦ୍ଧି ଓ ବାର୍ଷିକ ଛୁଟି ପ୍ରଦାନ ସମ୍ପର୍କରେ ଏହି ଘୋଷଣା ଅଙ୍ଗନବାଡି କର୍ମୀଙ୍କ ପାଇଁ ନୂଆବର୍ଷ ଉପହାର ହୋଇଛି ।  ଆଜି ସଚିବାଳୟରେ ଏକ ଉଚ୍ଚ ସ୍ଥରୀୟ ବୈଠକରେ ଏହି ବିଷୟରେ ନିଷ୍ପତ୍ତି ନେବାପରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି | ଏହି ପାରିଶ୍ରମିକ ବୃଦ୍ଧି ୨୦୧୮ ଅକ୍ଟୋବର ୧ ତାରିଖରୁ ପିଛିଲା ଭାବରେ ଲାଗୁ ହେବ |

{"id":73191,"width":586,"height":445}

ଏନେଇ ମୁଖ୍ୟମନ୍ତ୍ରୀ କଣ କଣ ଘୋଷଣା କରିଛନ୍ତି ଜାଣନ୍ତୁ

୧. ଅଙ୍ଗନବାଡି କର୍ମୀମାନେ ପୂର୍ବରୁ ୬୦୦୦ ଟଙ୍କା ପାଉଥିବାବେଳେ ନୂତନ ନିଷ୍ପତ୍ତି ଅନୁଯାୟୀ ମାସକୁ ୭୫୦୦ ଟଙ୍କା ପାଇବେ | ଏଥିପାଇଁ ରାଜ୍ୟ ସରକାର ୪୮୦୦ ଟଙ୍କା ଦେଉଥିବାବେଳେ କେନ୍ଦ୍ର ସରକାର କେନ୍ଦ୍ର ସରକାରଙ୍କ ଅଂଶ ହେଉଛି ୨୭୦୦ ଟଙ୍କା |

୨. ମିନି ଅଙ୍ଗନବାଡି କର୍ମୀମାନେ ପୂର୍ବରୁ ୪୧୨୫ ଟଙ୍କା ପାଉଥିବାବେଳେ ନୂତନ ନିଷ୍ପତ୍ତି ଅନୁଯାୟୀ ମାସକୁ ୫୩୭୫ ଟଙ୍କା ପାଇବେ | ଏଥିପାଇଁ ରାଜ୍ୟ ସରକାର ୩୨୭୫ ଟଙ୍କା ଦେଉଥିବା ବେଳେ କେନ୍ଦ୍ର ସରକାରଙ୍କ ଅଂଶ ହେଉଛି ୨୧୦୦ ଟଙ୍କା |

୩. ଅଙ୍ଗନବାଡି ସହାୟିକାମାନେ ପୂର୍ବରୁ ୩୦୦୦ ଟଙ୍କା ପାଉଥିବାବେଳେ ନୂତନ ନିଷ୍ପତ୍ତି ଅନୁଯାୟୀ ମାସକୁ ୩୭୫୦ ଟଙ୍କା ପାଇବେ | ଏଥିପାଇଁ ରାଜ୍ୟ ସରକାର ୨୪୦୦ ଟଙ୍କା ଦେଉଥିବାବେଳେ କେନ୍ଦ୍ର ସରକାରଙ୍କ ଅଂଶ ହେଉଛି ୧୩୫୦ ଟଙ୍କା |

{"id":73192,"width":584,"height":352}

୪. ପୂର୍ବରୁ ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ୬୦ ବର୍ଷ ବୟସରେ କାମରୁ ଅବ୍ୟାହତି ନେଉଥିବା ବେଳେ ଏବେ ଏହା ୬୨ ବର୍ଷକୁ ବୃଦ୍ଧି କରାଯାଇଛି | ଏହା ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି |

୫. ୬୨ ବର୍ଷ ବୟସରେ ଅବ୍ୟାହତି ନେବା ସମୟରେ ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ସେମାନଙ୍କ ସାମାଜିକ ସୁରକ୍ଷା ପାଇଁ ଯଥାକ୍ରମେ ୨୦ ହଜାର, ୧୫ ହଜାର ଓ ୧୦ ହଜାର ଟଙ୍କା ଲେଖାଏଁ ଏକକାଳୀନ ସହାୟତା ପାଇବେ | ଏହା ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଦିଆଯିବ |

୬. ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ବର୍ଷକୁ ଥରେ ଖରା ଦିନରେ ୧୫ ଦିନ ଛୁଟି ପାଇବେ |

{"id":73193}

୭. ଏଣିକି ଅଙ୍ଗନବାଡି ସୁପରଭାଇଜର ପଦବୀର ୫୦ ପ୍ରତିଶତ ଅଙ୍ଗନବାଡି କର୍ମୀମାନଙ୍କ ମଧ୍ୟରୁ ପୂରଣ ହେବ |

ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ହେଉଛନ୍ତି ସମନ୍ବିତ ଶିଶୁ ବିକାଶ କାର୍ଯ୍ୟକ୍ରମର ମେରୁଦଣ୍ଡ ସଦୃଶ | ସେମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ସବୁବେଳେ ସଚେତନ ରହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.