ବାରବାଟୀ କାଉଣ୍ଟଡାଉନ: ମ୍ୟାଚ୍ ଦେଖିବାକୁ ଆସିପାରନ୍ତି ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳଙ୍କ ସୂଚନା

Published By : Prameya-News7 Bureau | June 10, 2022 IST

କଟକ ୧୦/୦୬: ଆଉ ଦୁଇ ଦିନ ପରେ ବାରବାଟୀରେ ଖେଳାଯିବ ଭାରତ-ସାଉଥ ଆଫ୍ରିକା T-20 । ଏନେଇ ବାରବାଟୀ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ପୋଲିସ ଡିଜି । ଖେଳ ପାଇଁ କଡ୍ଦା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ତେବେ ମ୍ୟାଚ ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଏହି ମ୍ୟାଚ୍ ପୂରା ରାଜ୍ୟବାସୀ ବେଶି ଉତ୍ସାହିତ ଅଛନ୍ତି । ବିଶେଷକରି କଟକିଆ ବେଶ ଉତ୍ସାହୀତ ହୋଇପଡିଛନ୍ତି । ହେଲେ ଏମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ମଧ୍ୟ ଉତ୍ସାହୀତ ଥିବା କହିଛନ୍ତି ଜିଲ୍ଲାପାଳ । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମ୍ୟାଚ୍ ଦେଖିବାକୁ ବାରବାଟୀ ଆସିପାରନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି ।

ତାଙ୍କ ସହ ଅନ୍ୟ ଭିଆଇପି ବ୍ୟକ୍ତିବିଶେଷ ମଧ୍ୟ ଆସିବେ । ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସେମାନେ କେମିତି ଆସିବେ, କେଉଁଠି ବସିବେ ସେସବୁର ତଦାରଖ କରିଛନ୍ତି ଖୋଦ୍ ଜିଲ୍ଲାପାଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.