ଭୁବନେଶ୍ୱର ୦୪।୦୭ : ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଆରମ୍ଭ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆରମ୍ବ ହେଲା ବୈଠକ।
ଖବର ଅନୁଯାୟୀ, ପ୍ରାକୃତି ବିପର୍ଯ୍ୟୟ ପରିଚାଳନା କମିଟିରେ ଅଛନ୍ତି ୫୮ ଜଣ ସଦସ୍ୟ । ସେମାନଙ୍କ ମଧ୍ୟରେ ନିର୍ବାଚିତ ପ୍ରତିନିଧି, ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ୮ ମନ୍ତ୍ରୀ ଓ ୧୪ ବିଭାଗୀୟ ସଚିବ ସାମିଲ ଅଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ଏହା ମୋହନ ମାଝୀଙ୍କ ପ୍ରଥମ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ । ଆଗକୁ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ କିପରି ମୁକାବିଲା କରାଯିବ । ସେ ନେଇ ଆଲୋଚନା ଚାଲିଛି ।