ଭୁବନେଶ୍ୱର ୦୨।୦୮ : ଓଡିଶାରେ ହେବନି ହାଇକୋର୍ଟ ବେଞ୍ଚ । ଏବେକା ସମୟରେ ଏପରି କିଛି କରିବାର ଯଥାର୍ଥତା ନାହିଁ । ବିଧାନସଭାରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଶ୍ନରେ ଏପରି କିଛି ଇଙ୍ଗିତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସୋମବାର ଦିନ ବିଧାନସଭାରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ ବଲାଙ୍ଗୀରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ପ୍ରଶ୍ନ ପଚାରିଥିଲେ । ଯାହାର ଲିଖିତ ଭାବେ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି କି, ଓଡିଶାରେ କୌଣସି ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନାହିଁ ।