ସୁନ୍ଦରଗଡ୨୫/୧୧: ସୁନ୍ଦରଗଡର ଅସହାୟ ଓ ଦିବ୍ୟାଙ୍ଗ ମହିଳା ବାମନା ତାଣ୍ଡିଆଙ୍କ ମୁହଁରେ ହସ । କାହିଁକି ନା ମୁଖ୍ୟମନ୍ତ୍ରୀ ତାଙ୍କ ପାଖକୁ ଆସି ସମସ୍ୟା ଶୁଣିଛନ୍ତି ଓ ସମାଧାନର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ରବିବାର ସୁନ୍ଦରଗଡରେ ଆୟୋଜିତ ସୁଭଦ୍ରା କାର୍ଯ୍ୟକ୍ରମ ସାରି ସଂସ୍କୃତି ଭବନକୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଲାବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସମସ୍ୟା ଜଣାଇବାକୁ ଜଗି ବସିଥିଲେ ଶହ ଶହ ଅଭିଯୋଗ କାରୀ । ସେଠାରେ ହ୍ବିଲ ଚେୟାରରେ ବାମନା ମଧ୍ୟ ଉପସ୍ଥିତ ଥିଲେ । ସେ ମୁଖ୍ୟମନ୍ତ୍ରୀଙ୍କୁ ନିଜର ସମସ୍ୟା ଜଣାଇଥିଲେ । କିଛି ସରକାରୀ ସାହାଯ୍ୟ ପାଇଁ ତାଙ୍କୁ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ ବାମନାଙ୍କ ଅଭିଯୋଗ ଶୁଣିବା ପରେ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେଠାରେ ଥିବା ଛୋଟ କୁନି ପିଲାକୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ । ଏଥିସହ ଅନ୍ୟ ଅଭିଯୋଗକାରୀଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିବା ସହ ସମସ୍ୟା ସମାଧାନର ପ୍ରତିଶୃତି ଦେଇଥିଲେ । ସେଠାରୁ ସିଧା ଯାଇ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ।
କେଜ୍ରିୱାଲଙ୍କ ବିରୋଧରେ ଶୀଲା ଦୀକ୍ଷିତଙ୍କ ପୁଅଙ୍କୁ ଓ...