ଭୁଲି ଯାଆନ୍ତୁ ୧୯ ବର୍ଷ ଧରି ମୁଁ ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳର ସଭାପତି , ଗୃହର ଜଣେ ବରିଷ୍ଠ ସଦସ୍ୟ ଭାବେ ଗୋଟିଏ ପରାମର୍ଶ ଦେଉଛି ଦୁଷ୍କର୍ମ ଓ ହତ୍ୟା ଘଟଣାରେ ରାଜନୀତି କରା ନଯାଉ - ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | November 22, 2019 IST

ଭୁବନେଶ୍ୱର ୨୨।୧୧ - ମହିଳାମାନଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ରାଜନୀତି କରା ନଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମୁଁ ୧୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ କି ବିଜୁ ଜନତା ଦଳର ସଭାପତି ବୋଲି ଭୁଲି ଯାଆନ୍ତୁ । ଗୃହ ଜଣେ ବରିଷ୍ଠ ସଦସ୍ୟ ଭାବେ ଏହି ପରାମର୍ଶ ଦେଉଛି । ଦୁଷ୍କର୍ମ ଓ ହତ୍ୟା ଘଟଣାର ରାଜନୀତି କରଣ କରା ନଯାଉ । ଏଥିରେ କାହାର ବି ଲାଭ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି ।


ଆମେ ଏକ ସୁସ୍ଥ ଗଣତନ୍ତ୍ରରେ ବାସ କରୁଛୁ । ଓଡିଶାର ସାଢେ ଚାରିକୋଟି ଜନତାଙ୍କର ପ୍ରତିନିଧିତ୍ୱ କରୁଛୁ । ବିଧାନସଭା ଭିତରେ ଓ ବାହାରେ ରାଜନୀତିର ଏକ ଉଚ୍ଚ ମାନ ନିର୍ଦ୍ଧାରଣ କରିବା ଉଚିତ୍ ବୋଲି ସେ ସୂଚନା ଦେଇଛନ୍ତି ।

{"id":188336,"width":531,"height":610,"sizeSlug":"large"}

ଦୁଷ୍କର୍ମ , ହତ୍ୟା ଓ ମହିଳାଙ୍କର ମୃତ୍ୟୁ ଅତି ଦୁଃଖଦ ଘଟଣା । ଏହି ଘଟଣାର ରାଜନୀତି କରଣ କରିବା ଅତି ଦୁଃଖଦ । ଏହା ଲୋକଙ୍କୁ ଏକ ଖରାପ ସନ୍ଦେଶ ଦେବ । ଯଦି ତଦନ୍ତରେ ଆପଣ ଅସନ୍ତୁଷ୍ଟତାହାଲେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିପାରିବେ ।
ଆପଣଙ୍କୁ ଏହି ବିଶ୍ୱାସ ଦେବାକୁ ଚାହେଁ ଯେ ମହିଳା, ଶିଶୁଙ୍କ ସହ ହେଉଥିବା ଅପରଦା କିମ୍ବା ଯେ କୌଣସି ଘଟଣାରେ ତଦନ୍ତ କ୍ଷେତ୍ରରେ ଦାୟିତ୍ୱହୀନତାକୁ ବରଦାସ୍ତ କରାଯିବ ନାହିଁ ।


ପୋଲିସମାନଙ୍କୁ ଅନୁରୋଧ କରୁଛି କି ସେମାନ ତାଙ୍କର ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୋ ସରକାର ଯୋଜନା ଅଧିନରେ ସମସ୍ତ ଅଭିଯୋଗକାରୀଙ୍କର ଫୋନ୍‌ ନମ୍ବର ରଖାଯାଉଛି । ମୁଁ ବ୍ୟକ୍ତିଗତ ଭାବେ ୩ଶହ ଫୋନ୍‌ କଲ୍‌ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୋ ସରକାରରେ ପରିସଂଖ୍ୟାନ ଅପେକ୍ଷା ଲୋକଙ୍କ ମହତ୍ତ୍ୱ ଅଧିକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.