ଆଜି ଗୁରପ୍ରୀତଙ୍କ ହାତ ଧରିବେ ସିଏମ୍ ମାନ୍ : ବିବାହ କାର୍ଯ୍ୟକ୍ରମରେ ସାମିଲ ହେବେ କେଜ୍ରିଓ୍ୱାଲ

Published By : Prameya-News7 Bureau | July 07, 2022 IST

ନୂଆଦିଲ୍ଲୀ, ୦୭।୦୭ : ଗୁରୁବାର ବିବାହ ବନ୍ଧନରେ ବାନ୍ଧିହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ଡକ୍ଟର ଗୁରପ୍ରୀତ କୌରଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବେ ପଞ୍ଜାବ ସିଏମ୍ ଭଗବନ୍ତ ସିଂହ ମାନ୍‌ । ଚଣ୍ଡିଗଡ଼ରେ ହେବାକୁ ଥିବା ବାହାଘରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡିଛି ।

ଖବର ଅନୁସାରେ, ୪୮ ବର୍ଷୀୟ ମାନ୍‌ ଗୁରୁବାର୍‌ ନିଜର ୨ୟ ବିବାହ କରିବାକୁ ଯାଉଛନ୍ତି । ଭଗବନ୍ତ ମାନ୍‌ ନିଜର ପ୍ରଥମ ସ୍ତ୍ରୀ ଇନ୍ଦରପ୍ରିତ୍‌ଙ୍କୁ ଛାଡପତ୍ର ଦେଇସାରିଛନ୍ତି । ତାଙ୍କର ୨ଟି ଶିଶୁ ମଧ୍ୟ ଅଛନ୍ତି । ମାନ୍‌ଙ୍କ ପ୍ରଥମ ସ୍ତ୍ରୀ ଏବେ ଆମେରିକାରେ ରହୁଛନ୍ତି । ତେବେ ପ୍ରଥମ ସ୍ତ୍ରୀଙ୍କ ଠାରୁ ଛାଡପତ୍ର ପରେ ଏବେ ମାନ୍‌ ଦ୍ୱିତୀୟ ବିବାହ କରିବେ ।

ଆଜି ହେବାକୁ ଥିବା ବିବାହ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ବିବାହ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍‌ଙ୍କ ସମେତ ବହୁ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେଣୁ ସୁରକ୍ଷାକୁ ମଧ୍ୟ କଡାକଡି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.