LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିଜେପିକୁ କେଜ୍ରିଓ୍ଵାଲଙ୍କ ଟାର୍ଗେଟ୍- “୨୦୨୫ ତ ଛାଡନ୍ତୁ, ୨୦୫୦ ନିର୍ବାଚନ ବି ଜିତି ପାରିବେ ନାହିଁ”

29/03/2023 at 6:52 PM

ନୂଆଦିଲ୍ଲୀ: ୨୦୨୫ ତ ଛାଡନ୍ତୁ ୨୦୫୦ ନିର୍ବାଚନ ବି ଜିତି ପାରିବେ ନାହିଁ। ସମୟ  ସର୍ବଦା ସମାନ ରହେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବେ ନା କେବେ କ୍ଷମତାରୁ ବିତାଡିତ ହେବେ। ଆଉ ସେହି ସମୟରେ ହିଁ ଦୁର୍ନୀତି ମୁକ୍ତ ଭାରତ ଗଠନ ହୋଇ ପାରିବ। ଦିଲ୍ଲୀ ବିଧାନସଭାରେ ବିଜେପି ଅନାସ୍ଥା ପ୍ରସ୍ତାବ ଆଣି ଏହାକୁ ପୁଣି ଥରେ ଫେରାଇ ନେବା ପରେ ଗୃହରେ ବିବୃତି ରଖି ଏମିତି ଶାଣିତ ସ୍ଵରରେ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ।

କେଜ୍ରିଓ୍ଵାଲ କହିଛନ୍ତି ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାର ଦେଶରେ ଗଣତନ୍ତ୍ରକୁ ଦଳିଚକଟି ଦେବାରେ କୌଣସି ସୁଯୋଗ ହାତଛଡା କରୁ ନାହାନ୍ତି। ଆଉ ଆଜି ଗୃହରେ ଘଟିଥିବା ଘଟଣା ବେଶ ଗୁରୁତ୍ଵପୂର୍ଣ୍ଣ। ବିଜେପି ଅନାସ୍ଥା ପ୍ରସ୍ତାବ ଆଣିଥିଲା। ହେଲେ ନିକଟରେ ରହିଛି ୮ ବିଧାୟକ ଏବଂ ପ୍ରସ୍ତାବ ଆଣିବା ପାଇଁ ଦରକାର ୧୪ ବିଧାୟକଙ୍କ ସମର୍ଥନ। ତଥାପି ବାକି ଛଅଟିର ବ୍ୟବସ୍ଥା ହୋଇଥିବା ବିଜେପି କହିଥିଲା। ମୁଁ ନିଜ ବିଧାୟକଙ୍କ ସହ କଥା ହେଲି ଏବଂ ସେମାନଙ୍କୁ ଧମକ ଚମକ ମିଳୁଥିବା କେଜ୍ରିଓ୍ଵାଲ କହିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ନିକଟରେ ୬୨ ବିଧାୟକ ଅଛନ୍ତି। ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ବ୍ୟତୀତ ରାଜେଶ ଗୁପ୍ତା, ପ୍ରକାଶ ଜରଓ୍ଵାଲ ଏବଂ ରୋହିତ ମେହରୋଲିଆ ମଧ୍ୟ ବାହାରେ ଅଛନ୍ତି। ଏ ସମସ୍ତଙ୍କୁ ବାଦ୍ ଦେଲେ ବି ଆମ ନିକଟରେ ୫୬ ବିଧାୟକ ଅଛନ୍ତି। କିଛି ହୋଇ ପାରିବ ନାହିଁ ବୋଲି ହୃଦବୋଧ ହେବା ପରେ ବିଜେପି ଅନାସ୍ଥା ପ୍ରସ୍ତାବ ଫେରାଇ ନେଇଛି।

ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ କହିଛନ୍ତି, ଗୃହରେ ୬୫ ମିନିଟ୍ ଆଲୋଚନା ହୋଇଛି। ଏଥିରୁ ୩୫ ମିନିଟ୍ ବିରୋଧୀ ସଦସ୍ୟଙ୍କୁ ମିଳିଛି। ସଂଖ୍ୟା ହିସାବରେ ତ ସେମାନଙ୍କୁ ସାତ ମିନିଟ୍ ମିଳିବା ଉଚିତ୍। ଆଉ ଏମାନେ ପଲିକ୍ଲିନିକର କଥା କହୁଛନ୍ତି, ଯାହାକୁ ମୁଁ ନିଜେ ଉଦଘାଟନ କରିଛି। ୨୦୧୭ରେ କହୁଥିଲେ ୨୧ ଜଣଙ୍କୁ ଅଯୋଗ୍ୟ ଘୋଷିତ କରିଦେବୁ ଏବଂ ପୁଣି ସରକାର ଭାଙ୍ଗି ଦେବୁ। ୨୦୧୭, ୨୦୧୯, ୨୦୨୦ ବହୁ ଉଦ୍ୟମ କଲେ, କିନ୍ତୁ କିଛି କରି ପାରିଲେ ନାହିଁ। ଏବେ ଏମିତି ଉଦ୍ୟମ ଆଉ କରନ୍ତୁ ନାହିଁ ବିଜେପି ଦଳ ବୋଲି କେଜ୍ରିଓ୍ଵାଲ କହିଛନ୍ତି।

   Related Posts