Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ମନୀଷ ସିସୋଦିଆଙ୍କ ଗିରଫଦାରୀକୁ ବିରୋଧ, ଧ୍ୟାନରେ ବସିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

8/03/2023 at 1:54 PM

ନୂଆଦିଲ୍ଲୀ ୦୮/୦୩: ଧ୍ୟାନରେ ବସିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସାରା ଦେଶ ପାଇଁ ପ୍ରାର୍ଥନା କରୁଛନ୍ତି କେଜ୍ରି । ସକାଳ ୧୦ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଲଗାତାର ୭ ଘଣ୍ଟା ଧରି ସେ ଧ୍ୟାନରେ ବସିବେ । ଦେଶର ଶୁଭ ମନାସୀ ସେ ଏଭଳି କରିଛନ୍ତି ।

ଧ୍ୟାନରେ ବସିବା ପୂର୍ବରୁ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସେ କହିଛନ୍ତି କି ଯିଏ ସ୍କୁଲ ଓ ହସ୍ପିଟାଲ ନିର୍ମାଣ କରୁଛି ତାକୁ ପ୍ରଧାନମନ୍ତ୍ରୀ ଜେଲ ପଠାଉଛନ୍ତି । ହେଲେ ଯେଉଁମାନେ କୋଟି କୋଟି ଟଙ୍କା ଲୁଟିଛନ୍ତି ସେମାନଙ୍କୁ କେନ୍ଦ୍ର ସରକାର ନିଜ ପାଖରେ ରଖୁଛନ୍ତି । ଦେଶର ଏଭଳି ସ୍ଥିତିକୁ ନେଇ କେଜ୍ରିୱାଲ ଚିନ୍ତା ପ୍ରକଟ କରିଛନ୍ତି କେଜରିଓ୍ୱାଲ୍ ।

କେଜ୍ରିୱାଲ ମଙ୍ଗଳବାର ଦିନ କହିଥିଲେ କି ହୋଲି ଅବସରରେ ସେ ପୁରା ଦେଶ ପାଇଁ ପ୍ରାର୍ଥନା କରିବେ । ସେ ଦାବି କରିଥିଲେ କି ଦେଶପାଇଁ ଯିଏ ଭଲ କାମ କରୁଛି ସରକାର ତାଙ୍କୁ ଜେଲରେ ଭର୍ତ୍ତି କରୁଛନ୍ତି । ଡିଜିଟାଲ ସମ୍ବାଦଦାତା ସମ୍ମିଳନୀକୁ ସମ୍ବୋଧ୍ଚଚ୍ଛ କରି ସେ କହିଛନ୍ତି ସରକାର ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ୬୫ ବର୍ଷଧରି ଅଣଦେଖା କରୁଥିଲେ ହେଲେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ କଠିନ ପରିଶ୍ରମ କରି ଗରିବମାନଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟସେବା ଓ ଶିକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିଛନ୍ତି ।

   Related Posts