ବସ୍ତିବାସିନ୍ଦାଙ୍କୁ ମିଳିଲା ନୂଆ ଠିକଣା, ସୁଲଭ ବାସଗୃହ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | November 20, 2023 IST

ଭୁବନେଶ୍ବର ୨୦।୧୧: ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ପାଇଁ ଖୁସିର ନୂଆ ଠିକଣା । ସୁଲଭ ବାସଗୃହ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହରାଞ୍ଚଳରେ ଗରିବଙ୍କୁ ମିଳିଲା ଘର । ଏହି ଯୋଜନାରେ ଭୁବନେଶ୍ବରରେ ଚନ୍ଦ୍ରଶେଖରପୁର,  ସୁବୁଦ୍ଧିପୁର ଏବଂ ସତ୍ୟନଗରରେ ତିନିଟି ଆପାର୍ଟମେଣ୍ଟ ନିର୍ମାଣ କରାଯାଇଛି । ଆପାର୍ଟମେଣ୍ଟରେ ରହିବେ ବସ୍ତିବାସିନ୍ଦା । କ୍ୟାମ୍ପସରରେ ରହିଛି ପାର୍କ, କମ୍ୟୁନିଟି ସେଣ୍ଟର ସହ ମାର୍କେଟ୍‌ କମ୍ପ୍ଲେକ୍ସ ବ୍ୟବସ୍ଥା । ବିଭିନ୍ନ ବସ୍ତିରୁ ଉଚ୍ଛେଦ ହୋଇ ଟ୍ରାନଜିଟ୍‌ ହାଉସରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ଏହି ଘର ଦିଆଯିବ । ସହରରେ ରହୁଥିବା ଗରିବ ବା ଆର୍ଥିକ ଅନଗ୍ରସରଙ୍କ ଲାଗି ବାସଗୃହର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ବରରେ ଚନ୍ଦ୍ରଶେଖରପୁର,  ସୁବୁଦ୍ଧିପୁର ଏବଂ ସତ୍ୟନଗରରେ ତିନୋଟି ଆପାର୍ଟମେଣ୍ଟ ନିର୍ମାଣ କରାଯାଇଛି । ଚନ୍ଦ୍ରଶେଖରପୁର ମୌଜାରେ ୨୬ଶହ  ଘର ପାଇଁ ଯୋଜନା ରହିଥିବା ବେଳେ ୮୨୦ ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ସତ୍ୟନଗରରେ ୧୩ ଶହ ବାସଗୃହ ପାଇଁ ଯୋଜନା ଥିବା ବେଳେ ୫୬୦ଘର ନିର୍ମାଣ କାମ ଶେଷ ହୋଇଛି । ସେହିଭଳି ସୁବୁଦ୍ଧିପୁରରେ ସମସ୍ତ ୩୪୨ ବାସଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇଛି ।

ବସ୍ତିବାସିନ୍ଦାଙ୍କ ପାଇଁ ହୋଇଥିବା ଆପାର୍ଟମେଣ୍ଟରେ ଘରଗୁଡ଼ିକ ଓ୍ବାନ୍‌ ବିଏଚକେ ମଡେଲରେ କରାଯାଇଛି । ଗୋଟିଏ ଘର ଭିତରେ ହଲ, ଗୋଟିଏ ବେଡ୍‌ରୁମ୍‌, କିଚେନ୍‌, ଗାଧୁଆଘରର ବ୍ୟବସ୍ଥା ରହିଛି । ଏସବୁ ଘର ପାଇଁ ପାଣି ବ୍ୟବସ୍ଥା, ସ୍ବରେଜ, ଷ୍ଟିଟ୍‌ ଲାଇଟ୍‌ ଆଦି ବ୍ୟବସ୍ଥା ରହିଛି ।  ଆପାର୍ଟମେଣ୍ଟ ନିର୍ମାଣ କରାଯାଇଥିବା କ୍ୟାମ୍ପସରେ ପାର୍କ, କମ୍ୟୁନିଟି ସେଣ୍ଟର, ମାର୍କେଟ୍‌ କମ୍ପ୍ଲେକ୍ସ ରହିଛି ।

You Can Read :

wp:embed {"url":"https://www.prameyanews7.com/mou-for-metro-rail-project-in-bhubaneswar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mou-for-metro-rail-project-in-bhubaneswar/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.