ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ହିଞ୍ଜିଳିବାସୀଙ୍କ ପୂରଣ ହେଲା ଦୀର୍ଘଦିନର ସ୍ୱପ୍ନ, ସିଭିଲ୍ ଜଜ୍ କୋର୍ଟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

6/02/2023 at 3:08 PM

ଭୁବନେଶ୍ୱର ୦୬/୦୨: ହିଞ୍ଜିଳିକାଟୁବାସୀଙ୍କ ପୂରଣ ହେଲା ଦୀର୍ଘଦିନର ସ୍ୱପ୍ନ । ସିଭିଲ୍ ଜଜ୍ କୋର୍ଟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର. ଏସ୍. ମୁରଲୀଧର । ଭର୍ଚୁଆଲ୍ ମୋଡ୍‌ରେ ଏହି ସିଭିଲ୍ ଜଜ୍ କୋର୍ଟର ଉଦ୍‌ଘାଟନ କରାଯାଇଛି । ଉଦଘାଟନୀ ଉତ୍ସବରେ ସାମିଲ ହୋଇଥିଲେ 5T ସଚିବ ଭି.କେ ପାଣ୍ଡିଆନ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ହିଞ୍ଜିଳିକାଟୁବାସୀଙ୍କ ଦୀର୍ଘଦିନର ଆଶା ପୂରଣ ହୋଇଛି । ଲୋକମାନଙ୍କ ସୁବିଧା ପାଇଁ ଓଡ଼ିଶା ସରକାର ପ୍ରତିଶୃତିବଦ୍ଧ । ଏହାସହ ଦକ୍ଷ ଆଇନ ସେବା ପହଞ୍ଚାଇବା ବି ପ୍ରଥମ ଲକ୍ଷ୍ୟ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏଣିକି ହିଞ୍ଜିଳିକାଟୁବାସୀଙ୍କୁ ନ୍ୟାୟ ମିଳିବା ହେବ ଆହୁରି ସହଜ । ବିଶେଷକରି ଗରିବ ଏବଂ ଦୁର୍ବଳ ଶ୍ରେଣୀର ଲୋକମାନେ ଏହି ଆଇନଗତ ସୁବିଧା ହାତ ପାହାନ୍ତରେ ପାଇବେ ।

ଗଞ୍ଜାମର ଆଇନଜୀବୀ ଏହି ସୁବିଧାକୁ ପୂର୍ଣ୍ଣ ସାମର୍ଥ୍ୟରେ ବ୍ୟବହାର କରିବେ । ଏହାସହ ନ୍ୟାୟ ପ୍ରଦାନ ପାଇଁ ମକଦ୍ଦମାକାରୀଙ୍କ ନିକଟରେ ପହଞ୍ଚିବେ । ନ୍ୟାୟିକ ଭବନରେ ଅନ୍ୟ ଏକ କୋର୍ଟ ଯୋଡିବାରେ ସହଯୋଗ କରିଥିବାରୁ ସେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ଅନ୍ୟ ବିଚାରପତିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍ ମୁରଲିଧର ମଧ୍ୟ ନିଜର ପ୍ରତିକ୍ରିୟା ରଖିଥିଲେ । ସେ କହିଛନ୍ତି, ଲୋକଙ୍କୁ ନ୍ୟାୟ ପ୍ରଦାନରେ ବିଳମ୍ବ ନହେବା ପାଇଁ ହାଇକୋର୍ଟ ଏବଂ ନ୍ୟାୟପାଳିକା ପଦକ୍ଷେପ ନେଉଛନ୍ତି ।

   Related Posts