୨୭ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | November 30, 2019 IST

ଭୁବନେଶ୍ବର ୩୦।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୭ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଭୁବନେଶ୍ବର ଖାରବେଳ ଭବନଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫ଟି ପ୍ରକଳ୍ପର ଉଦଘାଟନ କରିବା ସହ ୨୨ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ୧୧ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୦ଟି ସେକ୍ଟରରେ ଶିଳ୍ପ ପ୍ରତିଷ୍ଠା ହେବ। ଏହି ପ୍ରକଳ୍ପ ପାଇଁ ପାଖାପାଖି ୮ ହଜାର ୯୩୯ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ଏହି ପ୍ରକଳ୍ପରେ ୧୨ ହଜାର ୧୪୨ ଜଣ ନିଯୁକ୍ତି ପାଇବେ । ସେହିଭଳି ଓଡିଶା ଚଳିଚ୍ଚିତ୍ର ନିଗମର ସ୍ବତନ୍ତ୍ର ୱେବସାଇଟ୍ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜଗାଂଗପୁର ଓସିଏଲ ସିମେଂଟ କାରଖାନାର ସଂପ୍ରସାରଣ ହେବ । ଏଥିପାଇଁ ୧୯ ଶହ ୯୫ କୋଟି ଖର୍ଚ୍ଚ ହେବ । ଏଥିରେ ୩୬୫ ଜଣଙ୍କୁ ନିଯୁକ୍ତି ମିଳିବ । ଶ୍ରୀ ସିମେଣ୍ଟ ମଧ୍ୟ ଓଡିଶାର କାରଖାନା କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.