WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନୂଆ ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ

27/09/2023 at 11:01 AM

ମାଲକାନିଗିରି ୨୭/୦୯: ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ରାଜ୍ୟ ଲାଗି ଆରମ୍ଭ ହେବାକୁ ଥିବା ସରକାରଙ୍କ ନୁଆ ଲକ୍ଷ୍ମୀ ବସ ଯୋଜନା ମାଲକାନଗିରି ଜିଲ୍ଲାରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକ୍ଷ୍ମୀ ବସ ଯୋଜନାରେ ପଞ୍ଚାୟତ ସହ ଯୋଡି ହେବ ବ୍ଳକ ଓ ବ୍ଳକ ସହ ଯୋଡି ହେବ ଜିଲ୍ଲା ।

ସୁଲଭ ବସ ଭଡା ଦେଇ ଗ୍ରାମାଞ୍ଚଳରୁ ସହରକୁ ଏସି ବସରେ ଆରାମରେ ଯାତାୟାତ କରି ପାରିବେ ଗରିବ ଲୋକେ । ରାଜ୍ୟ ସରକାରଙ୍କ ଏହି ଲକ୍ଷ୍ମୀ ଯୋଜନାରେ ମହିଳା ମାନଙ୍କ ଲାଗି ଆହୁରି କିଛି ରିହାତି ରହିଛି ହେଲେ ସେସବୁ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରିନାହାନ୍ତି ରାଜ୍ୟ ସରକାର । ଆସନ୍ତା ଅକ୍ଟୋବର 2 ତାରିଖ ଦିନ ଗାନ୍ଧୀ ଜୟନ୍ତୀରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଯେଉଁଥିପାଇଁ ମାଲକାନଗିରି ଷ୍ଟାଡିୟମରେ ଜୋରଦାର ପ୍ରସ୍ତୁତି ଚାଲିଛି । ମୋଟ ୩୬ଟି ବସ ମାଲକାନଗିରି ଆସିବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆସି ସାରିଛି ୧୫ଟି ଯେଉଁଥିରେ ଷ୍ଟିକରିଂ କରାଯାଉଛି ।

   Related Posts