ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରା ରବିବାର ରାଜସ୍ଥାନରେ ପହଞ୍ଚିଛି। ରାହୁଲଙ୍କ ପହଞ୍ଚିବା ପରେ ରାଜ୍ୟରେ ଦୁଇ ବଡ଼ ନେତା ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ମଧ୍ୟରେ ଥିବା ମତଭେଦ ଦୂର ହୋଇଯାଇଥିବା ଜଣାପଡ଼ୁଛି। କାରଣ ଦୁଇ ନେତା ରାହୁଲ ଗାନ୍ଧୀଙ୍କ ହାତ ଧରି ପାଦରେ ପାଦ ମିଶାଇ ଯେଉଁଭଳି ଭାବେ ନାଚୁଛନ୍ତି ଆପଣ ବି ଦେଖିଲେ ସେୟା ଭାବିବେ।
ରାଜସ୍ଥାନର ଝଲୱାର ଠାରେ ଭାରତ ଯୋଡ଼ ଯାତ୍ରା କାର୍ଯ୍ୟକ୍ରମରେ ଆଦିବାସୀ ନୃତ୍ୟର ଆୟୋଜନ ହୋଇଥିଲା। ଏହି ନୃତ୍ୟର ତାଳେ ତାଳେ ନାଚୁଥିଲେ ଗେହେଲୋଟ ଓ ପାଇଲଟ। ଦୁଇ ନେତାଙ୍କ ସହ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ମଧ୍ୟ ମଞ୍ଚରେ ଜବରଦସ୍ତ ଡାନ୍ସ କରୁଥିବା ଦେଖିବାକୁ ମିଳିଥିଲା।
wp:html/wp:html#WATCH | Congress MP Rahul Gandhi, Rajasthan CM Ashok Gehlot & party leaders Sachin Pilot and Kamal Nath take part in a tribal dance in Jhalawar, Rajasthan. pic.twitter.com/18NgWYrWrk
— ANI (@ANI) December 4, 2022
ତେବେ ରାହୁଲ ଗାନ୍ଧୀ ଆଜି ଭାରତ ଯୋଡ଼ ଯାତ୍ରାରେ ରାଜସ୍ଥାନରେ ପହଞ୍ଚିବା ପୂର୍ବରୁ ସଚିନ ଓ ଅଶୋକ ମଧ୍ୟରେ ପୋଷ୍ଟର ୱାର୍ ଦେଖିବାକୁ ମିଳିଥିଲା। ପାଇଲଟ୍ଙ୍କ ସମର୍ଥକ ପୋଷ୍ଟର ଗେହେଲୋଟଙ୍କ ସମର୍ଥକ ରାଜ୍ୟ ସାରା କେବଳ ପୋଷ୍ଟର ମାରି ଭର୍ତ୍ତି କରି ଦେଇଥିଲେ। ଝଲୱାରରେ ଲୋକଙ୍କୁ ସମ୍ବୋଧନ କରିଛନ୍ତି ରାହୁଲ କହିଛନ୍ତି ଯେ କଂଗ୍ରେସ ମହାତ୍ମା ଗାନ୍ଧୀଙ୍କର ଦଳ। ଗଡ଼ସେ କି ସାବରକରଙ୍କର ଦଳ ନୁହେଁ। ତେଣୁ ଆମେ ଜାଣୁ ଯେ କେତେ କଠିନ ପରିଶ୍ରମ କରିପାରିବୁ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ଓ ଆର୍ଏସ୍ଏସ୍କୁ ମୁଁ ଘୃଣା କରୁ ନାହିଁ। କିନ୍ତୁ ଦେଶକୁ ଭୟରେ ଛାଡ଼ିପାରିବୁ ନାହିଁ। ଦେଶରେ ମହଙ୍ଗା ବଜାର ବଢ଼ୁଛି। କିନ୍ତୁ ଦେଶର ସବୁ ଟଙ୍କା ଦେଶର ୩-୪ କାରଖାନାକୁ ଯାଉଛି। କିନ୍ତୁ ଏହା ଠିକ୍ ନୁହେଁ ବୋଲି ରାହୁଲ କହିଛନ୍ତି।