କହ୍ନେୟା ଲାଲ୍‌ଙ୍କ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ ଗେହଲଟ୍‌, ୫୦ ଲକ୍ଷର ଚେକ୍‌ କଲେ ପ୍ରଦାନ, କହିଲେ- ସରକାର ପୁରା ସଜାଗ

Published By : Prameya-News7 Bureau | June 30, 2022 IST

 ଜୟପୁର ୩୦।୦୬ : ମୃତ କହ୍ନେୟା ଲାଲ୍‌ଙ୍କ ପରିବାରକୁ ଭେଟିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ଏହାସହିତ ମୃତ ପରିବାର ପ୍ରତି ଅନୁକୁମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କା ଚେକ୍‌ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ପରିବାର ସହିତ ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଘଟଣା ବହୁତ ଦୁଃଖଦାୟକ । ଏହି ହତ୍ୟା ଘଟଣା ପୁରା ଦେଶକୁ ଦୁଃଖି କରିଛି । ଏହାସହିତ ଅଭିଯୁକ୍ତଙ୍କ ସଂପର୍କ ଆନ୍ତର୍ଜୀତିକ ସଂଗଠନ ସହିତ ଜଡିତ ଅଛି ବୋଲି ସୂଚନା ମିଳିଛି । ଏହି ମାମଲାକୁ ଫାଷ୍ଟ ଟ୍ରାକରେ ଶୁଣାଣି କରାଯିବ । ସରକାର ଏହି ମାମଲାକୁ ଗମ୍ଭୀରତା ସହ ନେଉଛନ୍ତି । ସାରାଦେଶରେ ଏହି ପ୍ରସଙ୍ଗକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।ରାଜ୍ୟ ପୋଲିସ ସଠିକ୍‌ ଭାବେ ତଦନ୍ତ କରୁଛି । ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ସେପଟେ ଏହି ପ୍ରସଙ୍ଗକୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହୋଇଛି । ଫାଷ୍ଟ ଟ୍ରାକ୍‌ କୋର୍ଟରେ ଏହି ମାମଲାର ଶୁଣାଣି ହେବ । ଏବଂ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଦଣ୍ଡ ଦିଆଯିବ । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାର ପୁରା ସଜାଗ ରହିଛି । ଗିରଫ  ଦୁଇ ଅପରାଧୀ ପାକିସ୍ତାନ ଯାଉଥିବାର ମଧ୍ୟ ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.