ମୁଖ୍ୟମନ୍ତ୍ରୀଙ୍କ ଗଜପତି ଗସ୍ତ, ହିତାଧିକାରୀଙ୍କୁ ବଣ୍ଟନ କରିବେ ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ

Published By : Prameya-News7 Bureau | October 04, 2021 IST

ଗଜପତି, ୦୪|୧୦: ସୋମବାର ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ସକାଳୁ ହେଲିକପ୍ଟର ଯୋଗେ ଆସି ୧୧ଟାରେ ପାରଳାଖେମୁଣ୍ଡି ଷ୍ଟାଡିୟମରେ ପହଁଞ୍ଚିବେ । ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ହିତାଧିକାରୀଙ୍କୁ ବଣ୍ଟନ କରିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ସହ ଶୁଭ ଦେବାର କାର୍ଯ୍ୟକ୍ରମ ରହିଛି ।

ଜିଲ୍ଲାରେ ମୋଟ ୯୬ ହଜାର ହିତାଧିକାରୀଙ୍କୁ ଚୟନ କରି ତାଲିକା ଭୁକ୍ତ କରାଯାଇଥିବା ବେଳେ ତାଦ୍ବାରା ପ୍ରାୟ ୪ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଉପକୃତ ହେବେ । ସେହିଭଳି ୭୯୬ କୋଟି ଟଙ୍କାର ମୋଟ ୩୬ଟି ପ୍ରକଳ୍ପର ଉଦଘାଟନ କରାଯିବ । ସେଥିରେ ଅନେକ ମେଗା ପ୍ରକଳ୍ପ ରହିଛି। ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୮ ପ୍ଳାଟୁନ ପୋଲିସ ଫୋର୍ସ ସହ ବହୁ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.