କେନ୍ଦ୍ରାପଡା ୩୦|୪: ସବୁ ସରିଲା ଏବେ ନଜର ପାଟକୁରା । ପାଟକୁରା ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ତଥା ଦିବଙ୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ୍ | ସେପଟେ ବାତ୍ୟାକୁ ଦୃଷ୍ଟିରେ ରଖି ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ପାଟକୁରାରେ ତାଙ୍କ ବିରୋଧରେ ଏବେବି ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ କରିଛନ୍ତି ବିଜୟ ମହାପାତ୍ର, ଯାହାର ଜବାବ ରଖିଛନ୍ତି ବେଦୁଙ୍କ ପୁଅ ସଂଜୟ ଅଗ୍ରୱାଲ।
{"id":109199}ପାଟକୁରା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ, ପୂର୍ବତନ ବିଧାୟକ ବେଦ୍ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ, ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଦିନ ପ୍ରାୟ ସାଢେ ବାରଟାରେ ପାଟକୁରା ବିଧାନସଭା ରିଟର୍ଣ୍ଣିଂ ଅଫିସର ତଥା କେନ୍ଦ୍ରାପଡ଼ା ଉପଜିଲାପାଳ ସଂଜୟ କୁମାର ମିଶ୍ରଙ୍କ କାର୍ଯ୍ୟାଳୟରେ ପହଂଚି ସେ ନିଜର ନାମାଙ୍କନ ଦାଖଲ କରିଥିଲେ। ପାଟକୁରା ବାସୀ ତାଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି।
ସେପଟେ ଆସୁଥିବା ବାତ୍ୟା ଫନିର ପ୍ରଭାବ ପାଟକୁରା ଉପରେ ପଡ଼ିବା ନେଇ ଆଶଙ୍କା। ଏମିତି ଆଶଙ୍କା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଆଜି ଏନେଇ ଟ୍ବିଟ କରି ପାଟକୁରା ନିର୍ବାଚନ ମେ ୧୯ରୁ ଘୁଞ୍ଚାଇବା ଲାଗି ଦାବି କରିଛନ୍ତି । ଏଥିସହିତ ସେ ଏ ବାବଦରେ ନିର୍ବାଚନ କମିଶନଙ୍କୁ ମଧ୍ୟ ଭେଟି ନିଜର ଯୁକ୍ତି ଉପସ୍ଥାପନ କରିଛନ୍ତି।
{"id":109200}ପାଟକୁରାରୁ ପ୍ରାର୍ଥୀ ହେବା ଦିନଠାରୁ ବିଜୟ ମହାପାତ୍ର କେବଳ ଷଡ଼ଯନ୍ତ୍ରର ଗନ୍ଧ ହିଁ ବାରୁଛନ୍ତି। ବେଦ ପ୍ରକାଶଙ୍କୁ ପ୍ରାର୍ଥୀ କରିବା ଷଡ଼ଯନ୍ତ୍ର ବୋଲି କହିଥିଲେ ବିଜୟ । ଏବେ ପୁଣି କହିଲେଣି ସାବିତ୍ରୀଙ୍କୁ ପ୍ରାର୍ଥି କରାଯିବା କୁଆଡ଼େ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର। ଯାହାର ଜବାବ ରଖିଛନ୍ତି ବେଦୁଙ୍କ ପୁଅ ସଂଜୟ ଅଗ୍ରୱାଲ।
{"id":109202}ପୂରା ନିର୍ବାଚନ ଜିତିଲେ ବି ପାଟକୁରା ଓ କେନ୍ଦ୍ରାପଡ଼ା ହାରିଲେ ଗଲା । ବିଜେଡି ଓ ବିଜେପି ଉଭୟଙ୍କ ପାଇଁ ଏବେ ଏହି ଦୁଇ ଆସନ ହୋଇଛି ସମ୍ମାନର ପ୍ରଶ୍ନ। ମେ ୧୯ ତାରିଖରେ ଏଠାରେ ଭୋଟ ହେବ। ୨୩ ତାରିଖରେ ଜଣାଯିବ, ମହାପାତ୍ର ମାରିନେଉଛନ୍ତି, ନା ସାବିତ୍ରୀ ଅମାବାସ୍ୟାର ଚନ୍ଦ୍ର ହୋଇ ବାହାରୁଛନ୍ତି, କିଏ ପ୍ରଫୁଲ୍ଲ ବଦନ ଦେଖାଉଛି।