ଗୋପାଳପୁର ବନ୍ଦରର ନୂଆ ବର୍ଥକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | February 28, 2019 IST

ବ୍ରହ୍ମପୁର୨୮|୨: ଗୋପାଳପୁର ବନ୍ଦରର ନୂଆ ବର୍ଥକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୋପାଳପୁର ବନ୍ଦ ଓଡ଼ିଶା ପାଇଁ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ।

{"id":89551}

ଏହାର ପଣ୍ୟ କାରବାର କ୍ଷମତା ବାର୍ଷିକ ୫ ମିଲିୟନ ମେଟ୍ରିକ୍‌ ଟନ୍‌ରୁ ୨୦ ମିଲିୟନ ମେଟ୍ରିକ୍‌ ଟନ୍‌କୁ ବୃଦ୍ଧି ହୋଇଛି। ବର୍ତ୍ତମାନ ଦୁଇଟି ନୂଆ ବର୍ଥ ନିର୍ମାଣ ହେବାରୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଏହାଦ୍ବାରା ୮ ହଜାର ଲୋକଙ୍କୁ ନିଯୁକ୍ତି ମିଳିବ। ୨୦୨୫ ସୁଦ୍ଧା ଏହାର କ୍ଷମତା ୫୫ ମିଲିୟନ ମେଟ୍ରିକ୍‌ ଟନ୍‌ରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ ପର୍ଯ୍ୟଟନ ସହ ଶିଳ୍ପର ବିକାଶ ପାଇଁ ଏହା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ ।

{"id":89552}

ଏହାପରେ ମୁଖ୍ୟମନ୍ତ୍ରୀ ଶେରଗଜଡ଼ ଓ ସାନଖେମୁଣ୍ଡି ଗସ୍ତ କରି ପାଖାପାଖି ୧୨ ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ଉଦଘାଟନ କରିଛନ୍ତି । ଆଗାମୀ ଦିନରେ ଏଭଳି ବିକାଶ ପ୍ରକ୍ରିୟା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

{"id":89553}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.